ପରଜଙ୍ଗ ତହସିଲଦାରଙ୍କୁ ଆକ୍ରମଣ ସଂଘବଧ ଭାବରେ ଆକ୍ରମଣ ୨ ଗିରିଫ ଉପଜିଲ୍ଲା ପାଳ ଓ ପୋଲିସ କରୁଛନ୍ତି ତଦନ୍ତ

ପରଜଙ୍ଗ ତହସିଲଦାରଙ୍କୁ ଆକ୍ରମଣ ସଂଘବଧ ଭାବରେ ଆକ୍ରମଣ ୨ ଗିରିଫ ଉପଜିଲ୍ଲା ପାଳ ଓ ପୋଲିସ କରୁଛନ୍ତି ତଦନ୍ତ

କାମାକ୍ଷାନଗର:ଢେଙ୍କାନାଳ

ପର୍ଜଙ୍ଗ ତହସିଲଦାରଙ୍କୁ ମରଣାତ୍ମକ ଆକ୍ରମଣ ଜେସିବି ଚଢାଇ ଦେବାକୁ ଉଦ୍ୟମ।ପଥରଖମ୍ବ ଗ୍ରାମ ନିକଟରେ ସରକାରି ଜମିରୁ ଜେସିବି ମାଧ୍ୟମରେ ବେଆଇନ ଭାବେ ମାଟି ଖୋଳା ଯାଉଥିବା ବେଳେ ଖବର ପାଇ ତହସିଲଦାର ସିରିଅୟଲ ଶୁଭ୍ର ପଟେଲ ଚଢାଉ ପାଇଁ ଯାଇଥିଲେ।ବେଆଇନ ଭାବେ ମାଟି ଉଠାଉଥିବା ବେଳେ ତହସିଲ ନିଜ ମୋବାଇଲରେ ଫଟୋ ଉଠାଇବା ବେଳ ସେଠାରେ ଉପସ୍ଥିତ ଥିବା ମାଫିଆ ମାନେ ଆକ୍ରମଣ ହୋଇଥିଲା।।ମାଡ ମାରିବା ସହ ମରଣାତ୍ମକ ଆକ୍ରମଣ ହୋଇଛି।

କାମାକ୍ଷାନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି।ରାଜସ୍ବ ନିରିକ୍ଷକ ଆଲୋକ କୁମାର ଲେଙ୍କା ଖବର ପାଇ ଉଧାର କରିବାକୁ ଯାଇଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ ହୋଇଛି।୮ରୁ ୧୦ ଜଣ ସାମିଲ ଥିବା ସୂଚନା।ଖବର ପାଇ ପର୍ଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ ଓ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ମେଡିକାଲରେ ପହଞ୍ଚି ତହସିଲଦାରଙ୍କ ସହ ଆଲୋଚନା କରିବା ସହ ସ୍ବାସ୍ଥ୍ୟଅବସ୍ଥା ପଚାରି ବୁଝିଛନ୍ତି।ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ଥିବା ବେଳେ ଗୋଟିଏ ଟ୍ରାକ୍ଟରକୁ ଯବତ କରିବା ସହ ଅଧିକ ତଦନ୍ତ ଯାରି ରହିଛି।

author

Related Articles

Leave a Reply

Your email address will not be published. Required fields are marked *