ପରମ୍ପରା ଭାଙ୍ଗୁଛନ୍ତି ମୁଖ୍ୟମନ୍ତ୍ରୀ…ମୁହାଁମୁହଁ ସୁର-ମୋହନ !

ପରମ୍ପରା ଭାଙ୍ଗୁଛନ୍ତି ମୁଖ୍ୟମନ୍ତ୍ରୀ…ମୁହାଁମୁହଁ ସୁର-ମୋହନ !

ଆମ୍ୱଟାକୁଆ ପରେ ଏବେ ରାଜ୍ୟ ରାଜନୀତିରେ ମୁଣ୍ଡ ଟେକିଛି ମାଣ୍ଡିଆ ରାଜନୀତି । ହଁ ଦର୍ଶକବନ୍ଧୁ ଶ୍ରୀ ଅନ୍ନ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମାଆ ମାନଙ୍କୁ ଯେଉଁ ନିବେଦନ କଲେ ତାହାକୁ ନେଇ ରାଜ୍ୟ ରାଜନୀତିରେ ଏକପ୍ରକାର ବୟାନ ବାଜି ସୃଷ୍ଟି ହୋଇଛି । ମାଣ୍ଡିଆ ଆମ ଓଡିଶାବାସୀଙ୍କର ଏକ ପ୍ରଧାନ ଖାଦ୍ୟ ହୋଇଥିବା ବେଳେ ଏହାକୁ କିପରି ସାଧାରଣ ଲୋକେ ଅଧିକା ପ୍ରାଧାନ୍ୟ ଦେବେ ସେନେଇ ପ୍ରୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶ୍ରୀ ଅନ୍ନ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଓଡିଶାର ମାଆ ମାନଙ୍କୁ ନିବେଦନ କରିଛନ୍ତି କି ମାଣବସା ଗୁରୁବାରରେ ମାଆ ମହାଲକ୍ଷ୍ମୀଙ୍କ ନିକଟରେ ମାଣ୍ଡିଆ ଭୋଗ କରିବା ପାଇଁ ନିବେଦନ କରିଛନ୍ତି । କିନ୍ତୁ ମୋହନଙ୍କ ଏପରି କଥାକୁ ବିରୋଧ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ସେ କହିଛନ୍ତି କି ଲକ୍ଷ୍ମୀ ପୂଜାରେ ମୁଖ୍ୟତଃ ଧାନ ପୂଜା କରାଯାଏ । ତାକୁ ବନ୍ଦ କରି ମାଣ୍ଡିଆ ପୂଜା କରିବା ନେଇ ବର୍ଷିଛନ୍ତି ସୁର । ମାଣ୍ଡିଆ ଆମର ପାରମ୍ପରିକ ଖାଦ୍ୟ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ । କିନ୍ତୁ ଏହାକୁ ପୂଜା କରିବା ଆମ ପରମ୍ପରା ଭାଙ୍ଗିବା ସହ ସମାନ ବୋଲି କହିଛନ୍ତି କଂଗ୍ରେସର ବର୍ଷୀୟାନ ନେତା ସୁର ରାଉତରାୟ । କେବଳ ମାଣ୍ଡିଆ ନୁହେଁ ବରଂ ମୋହନ ସରକାର ପୂର୍ବର ନବୀନ ସରକାରଙ୍କ ସମସ୍ତ ଯୋଜନାର ନାମ ଓ ରଙ୍ଗ ପରିବର୍ତ୍ତନ କରିବାକୁ ମଧ୍ୟ ଦୃଢ ନିନ୍ଦା କରିଛନ୍ତି

author

Related Articles

Leave a Reply

Your email address will not be published. Required fields are marked *