ପରିବେଶ ସୁରକ୍ଷା ପାଇଁ ସେଣ୍ଟ ଜାଭିୟର ସ୍କୁଲରେ ବୃକ୍ଷ ରୋପଣ

ପରିବେଶ ସୁରକ୍ଷା ପାଇଁ ସେଣ୍ଟ ଜାଭିୟର ସ୍କୁଲରେ ବୃକ୍ଷ ରୋପଣ

କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ଘରୋଇ ଶିକ୍ଷାନୁଷ୍ଠାନ ସେଣ୍ଟ ଜାଭିୟର ସ୍କୁଲରେ ବ୍ୟାଙ୍କ ଅଫ୍ ବରୋଦା ସହଯୋଗରେ ପରିବେଶ ସୁରକ୍ଷା ପାଇଁ ବନ ମହୋତ୍ସବ ମା’ ପାଇଁ ଗଛଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି।ଅଢେଇ ଶହ ବିଭିନ୍ନ ପ୍ରକାରର ଫଳ ଗଛ ସ୍କୁଲର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ମିଶି ଗଛ ଲଗାଇଛନ୍ତି।ଯଶ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ମା ପାଇଁ ଗଛଟିଏ ।ସରକାରଙ୍କ ଉଦ୍ଦେଶ୍ୟ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟକ୍ରମ ଦ୍ବାରା ୪ କୋଟି ବୃକ୍ଷରୋପଣ ର ଲକ୍ଷ୍ୟ ପୁରଣ ଦିଗରେ କେନ୍ଦ୍ରାପଡା ରାୟପୁର ସ୍ଥିତ ସେଣ୍ଟ ଜାଭିୟର ସ୍କୁଲର ପ୍ରୟାସ ଜାରି ରହିଛି।ଏହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ୟାଙ୍କ ଅଫ୍ ବରୋଦା କେନ୍ଦ୍ରାପଡା କଲେଜଛକ ଶାଖା ପରିଚାଳକ ବିଷ୍ଣୁ ପ୍ରଶାଦ ସାହୁ ଓ ସେଣ୍ଟ ଜାଭିୟର ସ୍କୁଲର ଚ୍ୟାରମ୍ୟାନ୍ ଡାକ୍ତର ସୋମ୍ୟ ରଞ୍ଜନ ଦାଶ ବୃକ୍ଷରୋପଣ କରି ଆରମ୍ଭ କରିଥିଲେ।ସାରା ରାଜ୍ୟରେ ବନ ମହୋତ୍ସବ ସପ୍ତାହ ପାଳନ କରାଯାଉଥିବା ବେଳେ ଏହି ବନ ମହୋତ୍ସବ ସପ୍ତାହର ଅନ୍ତିମ ପର୍ଯ୍ୟାୟ ରେ ସେଣ୍ଟ ଜାଭିୟର ସ୍କୁଲର ବୃକ୍ଷ ରୋପଣର ଶୁଭାରମ୍ଭ କରାଯାଇଛି। “ମା ପାଁଇ ଗଛଟିଏ” ନାରାର ଅର୍ଥ ହେଉଛି ସମସ୍ତେ ନିଜ ମା”ପାଁଇ ଗୋଟେ ଗୋଟେ ଗଛ ଲଗାଇ ଜୀବଜଗତ ବଞ୍ଚାଇ ରଖିବା।ସୁସ୍ଥ ପରିବେଶ ପ୍ରଦୂଷଣ ମୁକ୍ତ ପରିବେଶ ଗଢିବା। ସେଣ୍ଟ ଜାଭିୟର ସ୍କୁଲର ଶିକ୍ଷକ,ଶିକ୍ଷୟିତ୍ରୀ,କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

author

Related Articles

Leave a Reply

Your email address will not be published. Required fields are marked *