ପରୀକ୍ଷାରେ ଫେଲ ମୁଖ୍ୟମନ୍ତ୍ରୀ…ମୋହନ କେବେ ଦେବେ ଗହମ ଅନାଇଛନ୍ତି ଲୋକେ

ପରୀକ୍ଷାରେ ଫେଲ ମୁଖ୍ୟମନ୍ତ୍ରୀ…ମୋହନ କେବେ ଦେବେ ଗହମ ଅନାଇଛନ୍ତି ଲୋକେ

ରାଜ୍ୟରେ ବିଜେପି ସରକାରକୁ ପାଞ୍ଚ ମାସ ବିତିଯାଇଥିବା ବେଳେ ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ଦେଇଥିବା ପ୍ରତିଶ୍ରୁତି ଏବେ ସାଧାରଣ ଜନତାଙ୍କ ପାଇଁ ପାଣିର ଗାର ପାଲଟିଛି । ବର୍ତ୍ତମାନ ରାଜ୍ୟରେ ଦରବୃଦ୍ଧି ସାଧାରଣ ଜନତାଙ୍କୁ କନ୍ଦାଉଛି ତ ଅନ୍ୟପଟେ କନ୍ଧମାଳରେ ଆମ୍ୱ ଟାକୁଆ ଯାଉ ଖାଇ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଖବରକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନ ବାଜି । ତିନି ମାସର ରାସନ ନମିଳିବାରୁ ଖାଦ୍ୟ ଅଭାବରୁ ଆମ୍ୱ ଟାକୁଆ ଖାଇ ଏପରି ହୋଇଛି । ତେବେ ଆମ୍ୱଟାକୁଆ ରାଜନୀତି ଚାଲିଥିବା ବେଳେ ଏବେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ଆଉ ଏକ ମୁଦ୍ଧାକୁ ଏକାଠି କରୁଛି ବିରୋଧି । ରାସନ କାର୍ଡ ହିତାଧୀକାରୀଙ୍କୁ ପୂର୍ବର ସରକାର ମୁଣ୍ଡପିଛା 5 କିଲୋ ଚାଉଳ ପ୍ରଦାନ କରୁଥିଲେ ଏବଂ ଗହମକୁ ବନ୍ଦ କରାଇ ଦେଇଥିଲେ । କିନ୍ତୁ ରାଜ୍ୟରେ ବିଜେପି ସରକାର ହେବା ପରେ ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ଗହମ ଦିଆଯିବ ବୋଲି କହିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କିନ୍ତୁ ଅକ୍ଟୋବର ଯାଇ ନଭେମ୍ୱର ହୋଇଗଲା ହେଲେ ରାସନ କାର୍ଡ ଧାରୀଙ୍କୁ ଗହମ ମିଳିଲା ନାହିଁ । ଯାହାକୁ ନେଇ ମୋହନ ସରକାରଙ୍କୁ ପ୍ରଶ୍ନବାଣ ଫିଙ୍ଗୁଛନ୍ତି ବିରୋଧି । 80 ବର୍ଷରୁ ଉର୍ଦ୍ଦ୍ୱଙ୍କୁ ନାଁ 3000 ଭତ୍ତା ମିଳିଲା ନା ଏବେ ରାସନ କାର୍ଡ ଧାରୀଙ୍କୁ ଗହମ ମିଳିଲା । ଯାହାଦ୍ୱାରା ସାଧାରଣ ଜନତା ଏବେ ବିଜେପିକୁ ଭୋଟ ଦେଇ ପସ୍ତାଉଥିବା ନେଇ ନାନା ଚର୍ଚ୍ଚା ହେଲାଣି । ନିର୍ବାଚନ ପୂର୍ବରୁ ବିଜେପି ନିଜର ଇସ୍ତାହାରରେ ଅନେକ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ତାହା କେତେ ସଫଳ ହେଲା ତାହା ତ ଆପଣମାନେ ଠିକ ଜାଣିପାରୁଥିବେ । ପ୍ରଥମ କରି ସରକାରକୁ ଆସିବା ପରେ ମୋହନ ଏବେ ଅଡୁଆରେ ପଡିଯାଇଛନ୍ତି । ମାଳ ମାଳ ପ୍ରତିଶ୍ରୁତି ସିନା ଦେଇଦେଲେ ହେଲେ ତାହାକୁ ପୂରଣ କରିବାରେ ଫେଲ ମାରୁଛନ୍ତି ମୋହନ ସରକାର । କିନ୍ତୁ 24 ବର୍ଷର ସରକାର ପରିବର୍ତ୍ତନ ହେବା ପରେ ମୋହନଙ୍କ ଉପରେ ଲୋକଙ୍କର ଆସ୍ଥା ବଢିଛି ଏବଂ କେବେ ଲୋକଙ୍କ ଆସ୍ଥାକୁ ରଖିବାରେ କେବେ ସଫଳ ହେଉଛନ୍ତି ମୋହନ ସରକାର ।

author

Related Articles

Leave a Reply

Your email address will not be published. Required fields are marked *