ପରୀକ୍ଷା ଆଡମିଟ୍ କାର୍ଡରେ ସନ୍ନି ଲିଓନି !

ପରୀକ୍ଷା ଆଡମିଟ୍ କାର୍ଡରେ ସନ୍ନି ଲିଓନି !

ପରୀକ୍ଷା ଆଡମିଟ୍ କାର୍ଡରେ ସନ୍ନି ଲିଓନିଙ୍କ ନାଁ । ଏଥର ଆଉ ମାହାଲ ମାଣ୍ଡା ନାହିଁ, ଏଥର ସନ୍ନି ଲିଓନି । କିଛି ଦିନ ପୂର୍ବରୁ ଜଣେ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡରେ ମାହାଲ ମାଣ୍ଡା ଲେଖାଥିଲା । ପରୀକ୍ଷାର୍ଥୀଙ୍କ ନାଁ ସ୍ଥାନରେ ମାହାଲ ମାଣ୍ଡା ଓ ତାଙ୍କ ବାପାଙ୍କ ନାଁ ସ୍ଥାନରେ ମାହାଲ ମାଣ୍ଡା ପ୍ରୋ ଲେଖାଥିଲା । ଓଡିଶାରେ ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତି ବି ବେଶ୍ ସରଗରମ ହୋଇଥିଲା । ଆଉ ଏବେ ସମାନ ଘଟଣା ଘଟିଛି ଉତ୍ତରପ୍ରଦେଶରେ । ଉତ୍ତରପ୍ରଦେଶ କନଷ୍ଟେବଳ ପାଇଁ ୬୦,୨୪୪ ପଦରେ ନିଯୁକ୍ତି ପାଇଁ ୨ ଦିନିଆ ପରୀକ୍ଷା କରାଯାଇଥିଲା । ଏଥିରେ ୪୮ ଲକ୍ଷରୁ ଅଧିକ ଆଶାୟୀ ପ୍ରାର୍ଥି ପରୀକ୍ଷା ଦେଇଥିଲେ । ଏଥିରେ ଅନେକ ପରୀକ୍ଷାର୍ଥୀ କପି କରୁଥିବା ବେଳେ ଧରା ପଡ଼ିଥିଲେ । ଏହାଭିତରେ କନୌଜ ଜିଲ୍ଲାରେ ଏକ ଆଡମିଟ କାର୍ଡ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଧିରେ ଧିରେ ସାରା ଭାରତରେ ଏହି ଆଡମିଟ କାର୍ଡର ଫଟୋ ଭାଇରାଲ ହେଉଛି । କାରଣ ଆଡମିଟ କାର୍ଡରେ ପରୀକ୍ଷାର୍ଥୀଙ୍କ ନାଁ ସନ୍ନି ଲିଓନି ବୋଲି ଲେଖାଯାଇଛି । ଖାଲି ସେତିକି ନୁହେଁ ଆଡ୍ମିଟ୍ କାର୍ଡରେ ସନ୍ନି ଲିଓନିଙ୍କର ଫଟୋ ମଧ୍ୟ ଲାଗିଛି ।

author

Related Articles

Leave a Reply

Your email address will not be published. Required fields are marked *