ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମୋଦୀଙ୍କ ଗୁରୁମନ୍ତ୍ର

ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମୋଦୀଙ୍କ ଗୁରୁମନ୍ତ୍ର

ପରୀକ୍ଷା ସମୟରେ କେମିତି ରହିବେ ଚାପମୁକ୍ତ । ଏସମ୍ପର୍କରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ପେ ଚର୍ଚ୍ଚା କାଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ କିଛି ଟିପ୍ସ ଦେଇଛନ୍ତି । ନୂଆଦିଲ୍ଲୀର ଭାରତ ମଣ୍ଡପମରେ ପ୍ରଧାନମନ୍ତ୍ରୀ ମୋଦୀ ଛାତ୍ରଛାତ୍ରୀମାନଙ୍କୁ ପ୍ରାରମ୍ଭିକ ପଯ୍ୟାୟରୁ ହିଁ ବଡବଡ ଲକ୍ଷ୍ୟ ରଖି ଚାପ ନିଅନ୍ତୁ ନାହିଁ ବୋଲି ପରାମର୍ଶ କରିଛନ୍ତି । ଏହା ସହ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗୀତା ରହିବା ଆବଶ୍ୟକ । ବିନା ପ୍ରତିଯୋଗୀତା ଏବଂ ଆହ୍ୱାନରେ ଜୀବନ ପ୍ରେରଣାହୀନ । ହେଲେ ପ୍ରତିଯୋଗୀତା ବନ୍ଧୁମାନଙ୍କ ସହ ନୁହେଁ ବରଂ ନିଜ ସହ କରନ୍ତୁ ବୋଲି କହିଛନ୍ତି ମୋଦୀ । ବନ୍ଧୁମାନଙ୍କଠାରୁ ପରାମର୍ଶ ନେଇ ଆଗକୁ ବଢିବା ସହିତ ନିଜ ମନରେ ଈର୍ଷା , ଦ୍ୱେଷ ମନୋଭାବ ଆଣିବା ଆଦୌ ଉଚିତ୍ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତିା ଏହା ସହ ଅଭିଭାବକମାନଙ୍କୁ ଟିପ୍ସ ଦେଇ ଛୁଆମାନଙ୍କ ତୁଳନା ପିତାମାତା କାହା ସହ କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି ମୋଦୀ । ତୁଳନା କରିବା ଦ୍ୱାରା ପିଲାମାନଙ୍କ ଭିତରେ ବିକୃତ ମନୋଭାବ ଆସିଥାଏ ବୋଲି ପ୍ରଧାନମନ୍ତ୍ରୀ କାଯ୍ୟକ୍ରମରେ କହିଛନ୍ତି । ଏହା ସହ ପିଲାଙ୍କ ଲେଖିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ମୋଦୀ ।

author

Related Articles

Leave a Reply

Your email address will not be published. Required fields are marked *