ପଶ୍ଚିମବଙ୍ଗରେ ପହଁଞ୍ଚିଲା ଭାରତ ଯୋଡୋ ନ୍ୟାୟ ଯାତ୍ରା

ପଶ୍ଚିମବଙ୍ଗରେ ପହଁଞ୍ଚିଲା ଭାରତ ଯୋଡୋ ନ୍ୟାୟ ଯାତ୍ରା

କଂଗ୍ରେସ ଦଳର ପୂର୍ବ ପ୍ରମୁଖ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ପଶ୍ଚିମବଙ୍ଗରେ ପ୍ରବେଶ କରିଛି । କୁଚ ବିହାରରୁ ପଶ୍ଚିମବଙ୍ଗକୁ ଆସିବା ପରେ ରାହୁଲ ଗାନ୍ଧୀ ଗଣମାଧ୍ୟମକୁ ସମ୍ବୋଧିତ କରି ପଶ୍ଚିମବଙ୍ଗ ପାଇଁ ତାଙ୍କ ରଣନୀତି କ’ଣ ରହିବ ବୋଲି ଇସାରା ଦେଇଛନ୍ତି । ରାହୁଲ ଗାନ୍ଧୀ କୁଚ ବିହାରରେ ଦେଇଥିବା ଏକ ଅଭିଭାଷଣରେ କହିଛନ୍ତି ଯେ ଦେଶରେ ଅନେକ ଅନ୍ୟାୟ ଘଟୁଛି, ସେଥିପାଇଁ ସେ ତାଙ୍କ ଭାରତ ଯୋଡୋ ଅନ୍ଦୋଳନ ଯାତ୍ରାରେ ନ୍ୟାୟ ଶବ୍ଦ ବ୍ୟବହାର କରିଛନ୍ତି । ଏହି ସମୟରେ ରାହୁଲ ଗାନ୍ଧୀ କହିଛନ୍ତି କି, ଏହି ଅନ୍ୟାୟ ବିରୋଧରେ ଇଣ୍ଡିଆ ମେଣ୍ଟ ବହୁତ ଶିଘ୍ର ମିଳିତ ଆନ୍ଦୋଳନ ଆରମ୍ଭ କରିବା ପାଇଁ ଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *