ପଶ୍ଚିମବଙ୍ଗରେ ଭୟଙ୍କର ଅଗ୍ନିକାଣ୍ଡ

ପଶ୍ଚିମବଙ୍ଗରେ ଭୟଙ୍କର ଅଗ୍ନିକାଣ୍ଡ

ପଶ୍ଚିମବଙ୍ଗର ହାୱଡାରେ ହୁତୁହୁତୁ ହୋଇ ଜଳିଗଲା ଗୋଦାମ । ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ୍ ହେବାକୁ ପଡ଼ିଛି ।  ନିଆଁ ଲିଭାଇବା ପାଇଁ ଦମକଳ ବାହିନୀର ୧୧ଟି ଗାଡ଼ି ମୁତୟନ ହୋଇଥିଲେ । ହାୱଡାର ସଙ୍କରେଲ ଇଣ୍ଡଷ୍ଟ୍ର୍ରିଆଲ ପାର୍କରେ ଥିବା ଏହି ଗୋଦାମ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଖାଇବା ତେଲ ଗୋଦାମରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । କୋଟି କୋଟି ଟଙ୍କାର ସମ୍ପତି ଜଳିଯାଇଛି ଏବଂ ଅଗ୍ନିଶମ କର୍ମଚାରୀଙ୍କ ଦୀର୍ଘ ଘଣ୍ଚାରେ ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ କରାଯାଇ ପାରିନଥିଲା ।  ଆଖପାଖ ଅଞ୍ଚଳରେ ଗୋଦାମ ରହିଥିବାରୁ ଆଖପାଖରେ ଅନେକ ଇଣ୍ଡଷ୍ଟ୍ରି ଓ ଗୋଦାମ ରହିଛି । ତେବେ କିପରି ଏହି ଅଞ୍ଚଳରେ ନିଆଁ ନବ୍ୟାପିବ ସେଥିପାଇଁ ଅଗ୍ନିଶମ କର୍ମଚାରୀ ଧ୍ୟାନ ଦେଇଥିଲେ । ଅଗ୍ନିଶମ ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି ।

author

Related Articles

Leave a Reply

Your email address will not be published. Required fields are marked *