ପାକିସ୍ତାନକୁ ଔକାତ୍ ଦେଖାଇଲା ଭାରତ…

ପାକିସ୍ତାନକୁ ଔକାତ୍ ଦେଖାଇଲା ଭାରତ…

ପୁଣି ଥରେ ପାକିସ୍ତାନକୁ ଔକାତ୍ ଦେଖାଇଲା ଭାରତ । ୩୦ ମିନିଟ୍ ଧରି ଛିଡାହେଲେ ପାକିସ୍ତାନ ମନ୍ତ୍ରୀ କିନ୍ତୁ ଷ୍ଟେଜ ଚଢିଲେନି ଭାରତୀୟ ଖେଳାଳୀ । ଏପରି ରୋଚକ ଦୃଶ୍ୟ ଏସିଆ କପ୍ ୨୦୨୫ ଫାଇନାଲରେ ଦେଖିବାକୁ ମିଳିଛି । ଗତକାଲି ଏସିଆ କପ୍ ୨୦୨୫ ଫାଇନାଲ ମ୍ୟାଚରେ ପରସ୍ପରର ଜାନି ଦୁସମନ୍ ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ସେପ୍ଟେମ୍ବର ୧୪, ସେପ୍ଟେମ୍ବର ୨୧ , ସେପ୍ଟେମ୍ବର ୨୮ରେ ଉଭୟ ଦଳଙ୍କ ମଧ୍ୟରେ କଡା ଟକ୍କର ହୋଇଥିବା ବେଳେ ବାଜି କିନ୍ତୁ ଭାରତ ମାରିଥିଲା । ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଆରମ୍ଭରୁ ହିଁ ହାତ ନ ମିଶାଇବାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ପହଲଗାମ ଆକ୍ରମଣକୁ ନେଇ ଭାରତୀୟ ଖେଳାଳି ପାକିସ୍ତାନ ସହ ହାତ ନମିଳାଇବା ସହ କିପରି କ୍ରିକେଟ FIELDରେ ବି ତାଙ୍କୁ ଧୂଳି ଚଟାଇବେ ତାହା ପ୍ରଣ କରିଥିଲେ । ଆଉ ଏବେ ଏସିଆ କପ୍ ୨୦୨୫ ଟାଇଟଲ ହାସଲ କରି ପାକିସ୍ତାନ ଗାଲରେ ଶକ୍ତ ଚାପୁଡା ମାରିଛନ୍ତ ଭାରତୀୟ ଖେଳାଳି ।

କିନ୍ତୁ ଏତିକିରେ ଭାରତୀୟ ଖେଳାଳୀଙ୍କ ମନ ଶାନ୍ତ ପଡିନି । ପାକିସ୍ତାନ ଖେଳାଳିଙ୍କ ସହ ପାକିସ୍ତାନ ମନ୍ତ୍ରୀଙ୍କୁ ବି ତାଙ୍କ ଔକାତ୍ ଦେଖାଇଛନ୍ତି ଭାରତୀୟ ଖେଳାଳି । ଏସୀୟ ଚାମ୍ପିୟନ ହେବାପରେ ଏସିସି ଅଧ୍ୟକ୍ଷ ତଥା ପାକିସ୍ତାନର ମନ୍ତ୍ରୀ ମୋହସିନ୍ ନକଭିଙ୍କଠାରୁ ଟ୍ରଫି ଓ ମେଡାଲ ନେବାକୁ ମନା କରି ଦେଇଥିଲେ ଭାରତୀୟ ଖେଳାଳି । ପୋଡିୟମ ଉପରେ ନକଭି ୩୦ ମିନିଟ୍‌ରୁ ଅଧିକ ସମୟ ଧରି ଅପେକ୍ଷା କରିଥିଲେ ସୁଦ୍ଧା କୌଣସି ଭାରତୀୟ ଖେଳାଳି ପୋଡିୟମ ଉପରକୁ ଯାଇନଥିଲେ । ଏହାପରେ ମୋହସିନ୍ ନକଭି ଏସିଆନ୍ ଚାମ୍ପିୟନସିପ୍ ଟ୍ରଫି ନେଇ ପାଭେଲିୟନ ଛାଡ଼ି ଚାଲି ଯାଇଥିଲେ । ଏହାପରେ ବିନା କୌଣସି ଟ୍ରଫିରେ ଭାରତୀୟ ଦଳ ସେଲିବ୍ରେସନ କରିଥିଲା ଦେଖିବାକୁ ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *