ପାକିସ୍ତାନକୁ କନ୍ଦାଇଲା ଭାରତ…

ପାକିସ୍ତାନକୁ କନ୍ଦାଇଲା ଭାରତ…

ପୁଣିଥରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ । ହଁ ଦର୍ଶକବନ୍ଧୁ ଟି-20 ବିଶ୍ୱକପରେ ରୋମାଞ୍ଚକର ବିଜୟ ହାସ କରିଛି ଟିମ ଇଣ୍ଡିଆ । ନ୍ୟୁୟର୍କଠାରେ ଭାରତ ଓ ପାକିସ୍ଥାନ ମଧ୍ୟରେ ଏହି ମ୍ୟାଚ ହେଉଥିବାବେଳେ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ହରାଇ ବିଜୟ ହାସ କରିଛି ଭାରତ । ଏହି ବିଶ୍ୱକପରେ ଉଭୟ ଟିମ୍ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିଛନ୍ତି । ପାକିସ୍ତାନ ଦୁଇଟି ଯାକ ମ୍ୟାଚ୍ ହାରିଛି ଏବଂ ଭାରତ ସମସ୍ତ ମ୍ୟାଚ୍ ଜିତିଛି । ପଏଣ୍ଟରେ ମଧ୍ୟ ଶୀର୍ଷରେ ରହିଛି ଭାରତ । ରବିବାର ଅନୁଷ୍ଠିତ ହୋଇଥିବା ମ୍ୟାଚଟି ଅତି ରୋମାଞ୍ଚକର ଥିଲା । କ୍ରିକେଟପ୍ରେମୀଙ୍କ ପାଇଁ ଗତକାଲି ଏକ ବଡ ଦିନ ଥିଲା । ଭାରତ ଓ ପାକିସ୍ତାନ ମଧ୍ୟରେ ଯେଉଁଭଳି ଲଢେଇ ଦେକିବାକୁ ଚାହାଁନ୍ତି ତାହା ପୁଣି ଦେଖିବାକୁ ମିଳିଥିଲା । ବିଶ୍ୱକପ ଇତିହାସରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆକୁ ଅଲ ଆଉଟ୍ କରିବାରେ ସଫଳ ହୋଇଛି ପାକିସ୍ତାନ । ଭାରତୀୟ ଦଳର ସବୁଠୁ ଅଭିଜ୍ଞ ବ୍ୟାଟ୍ସମାନ ରୋହିତ ଏବଂ କୋହଲି ଅଳ୍ପ ରନ କରି ଆଉଟ ହେବା ପରେ ଋଷଭ ପନ୍ଥଙ୍କ ୪୨ ରନ ଓ ଅକ୍ଷର ପଟେଲଙ୍କ ୨୦ ରନ ବଳରେ ଭାରତ ୧୧୯ ରନ କରିବାକୁ ସକ୍ଷମ ହୋଇଥିଲା । ଏହାପରେ ଭାରତୀୟ ବୋଲର ମାନେ ଚମକ୍ରାର ପ୍ରଦର୍ଶନ କରି ଭାରତକୁ ବିଜୟୀ କରାଇଛନ୍ତି । ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ୮ ଥର ମୁହାଁମୁହିଁ ହୋଇଛନ୍ତି । ସେଥିମଧ୍ୟରୁ ୭ଟିରେ ବିଜୟୀ ହୋଇଛି ଭାରତ ।

author

Related Articles

Leave a Reply

Your email address will not be published. Required fields are marked *