ପାକିସ୍ତାନରେ ହୋଇପାରୁନି ଫୈସଲା; ପୁଣି ପଡିବ ଭୋଟ୍‌

ପାକିସ୍ତାନରେ ହୋଇପାରୁନି ଫୈସଲା; ପୁଣି ପଡିବ ଭୋଟ୍‌

ପାକିସ୍ତାନରେ ବାହାରି ପାରୁନି ନିର୍ବାଚନ ଫଳାଫଳ । ଭୋଟିଂ ସରିବାର ୪ ଦିନ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ରେଜଲ୍ଟ ଆସିନି । ବ୍ୟାପକ ପ୍ରତିବାଦ ଏବଂ ଅଭିଯୋଗ ପରେ କେତେକ ବୁଥରେ ପୁନଃ ନିର୍ବାଚନ ପାଇଁ ପାକିସ୍ତାନ ଇଲେକ୍ସନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଫେବୃଆରୀ ୧୫ରେ ପୁନଃ ମତଦାନ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଏବେ ମଧ୍ୟ ପାଖାପାଖି ୧୦ଟି ବୁଥରେ କାଉଣ୍ଟିଂ ଚାଲିଛି। ଏପର‌୍ୟ୍ୟନ୍ତର ଫଳାଫଳ ଅନୁସାରେ, ଜେଲରେ ଥିବା ଇମ୍ରାନ ଖାନଙ୍କ ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ୧୦୨ଟି ଆସନରେ ବିଜୟୀ ହୋଇ ସାରିଛନ୍ତି। ସେମାନଙ୍କୁ ସରକାର ଗଢିବାକୁ ହେଲେ ଆଉ ୮ଟି ଆସନ ଦରକାର। ଭୋଟ୍ ଗଣନାକୁ ନେଇ ବିଳମ୍ବ ଏବଂ କେତେକ ସ୍ଥାନରେ ହେରାଫେରିରେ ଅଭିଯୋଗ ଆସିଛି। ଏଥିପାଇଁ ପିଟିଆଇ ଏବଂ ଅନ୍ୟ ଦଳମାନଙ୍କ ସହ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଉଛି। ଏପରି ପରିସ୍ଥିତିକୁ ଦେଖି ପୁନଃ ନିର୍ବାଚନ ନେଇ ଇଲେକ୍ସନ କମିଶନ ଘୋଷଣା କରିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *