ପାକିସ୍ଥାନ ଗଣମାଧ୍ୟମ ରେ ଭାରତ ର ଚର୍ଚ୍ଚା

ପାକିସ୍ଥାନ ଗଣମାଧ୍ୟମ ରେ ଭାରତ ର ଚର୍ଚ୍ଚା

ଜି-୨୦ ର ନିମନ୍ତ୍ରଣ ପତ୍ର ରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖାଯିବା ନେଇ ଦେଶ ରେ ବିବାଦ ଦେଖା ଦେଇଛି I କେବଳ ଦେଶ ନୁହେଁ ପଡୋଶୀ ଦେଶ ପାକିସ୍ଥାନ ର ଗଣମାଧ୍ୟମ ରେ ମଧ୍ୟ ଏହାର ଚର୍ଚ୍ଚା ଜୋର ଧରିଛି I ପାକିସ୍ଥାନ ଗଣମାଧ୍ୟମ ରେ ଚର୍ଚ୍ଚା ହେଉଛି ଯେ ମୋଦି ସରକାର କୁଆଡେ ଇଣ୍ଡିଆ ର ନାମ କୁ ବଦଳେଇ ଭାରତ ରଖିବେ ଏବଂ ଏଥିପାଇଁ ସ୍ୱତନ୍ତ୍ର ଅଧିବେଶନ ମଧ୍ୟ ଡାକି ପାରନ୍ତି I ଏହି ସ୍ୱତନ୍ତ୍ର ଅଧିବେଶନ ଆସନ୍ତା ୧୮ ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ I କୁହାଯାଉଛି ଯେ ଯଦି ଭାରତ ସରକାର ଏଥିରେ ସଫଳ ହୁଅନ୍ତି ତେବେ ତୁର୍କୀ ପରେ ଦ୍ୱିତୀୟ ଦେଶ ଭାବେ ଉଭା ହେବ, ଯିଏ କି ନିଜ ଦେଶର ନାଁ ବଦଳାଇବ । ଏହା ପ୍ରଥମଥର ନୁହେଁ ବ୍ରିଟିଶ ଶାସନ କାଳରେ ମଧ୍ୟ ଏପରି ହୋଇସାରିଛି I ଯେତେବେଳେ ଭାରତରେ ଇଣ୍ଡିଆ ନାଁ ବଦଳାଇବାକୁ ନେଇ ବିବାଦ ହୋଇଥିଲା ସେତେବେଳେ ବ୍ରିଟିଶ ସରକାର ଇଣ୍ଡିଆ ଶବ୍ଦକୁ ଚୟନ କରିଥିଲା । ଇଣ୍ଡିଆ ଶବ୍ଦଟି ଏକ୍ ଗ୍ରୀକ୍ ଶବ୍ଦ ହୋଇଥିବାବେଳେ ଯାହାକୁ ନେଇ ପୂର୍ବରୁ ମଧ୍ୟ ଅନେକଥର ବିବାଦ ଦେଖାଦେଇଛି ।

author

Related Articles

Leave a Reply

Your email address will not be published. Required fields are marked *