ପାଣିଚିଆ ହେଲା ମିଟିଙ୍ଗ…ମାନଭଞ୍ଜନ କରୁଥିଲେ ଫସିଗଲେ ନବୀନ !

ପାଣିଚିଆ ହେଲା ମିଟିଙ୍ଗ…ମାନଭଞ୍ଜନ କରୁଥିଲେ ଫସିଗଲେ ନବୀନ !

କ୍ଷମତାରେ ଥିଲେ ସବୁକିଛି ଠିକ ଥିଲା । କିନ୍ତୁ ହାତରୁ କ୍ଷମତା ଖସିବା ପରେ ସବୁକିଛି ଓଲଟ ପାଲଟ ହୋଇଗଲା । ହାତରୁ କ୍ଷମତା ଖସିବା ପରେ ଆଉ କେହି ଖାତିର କରୁନାହାନ୍ତି । ହଁ ଦର୍ଶକବନ୍ଧୁ ଆମେ କହୁଛୁ ରାଜ୍ୟର ପ୍ରମୁଖ ଆଞ୍ଚଳିକ ଦଳ ବିଜୁ ଜନତା ଦଳର କଥା । ଦଳର ଅସନ୍ତୁଷ୍ଟ ନେତା ଓ କର୍ମୀଙ୍କୁ ଏକାଠି କରି ଶଙ୍ଖଭବନ ଠାରୁ ଯେ ନବୀନ ନିବାସ ପର୍ଯ୍ୟନ୍ତ ବୈଠକ ଉପରେ ବୈଠକ ଚାଲିଛି । ପୁରୁଣା କମିଟି ଭାଙ୍ଗି ନୂଆ କମିଟି ଗଠନ କରୁଛନ୍ତି । କିନ୍ତୁ ଜଣଙ୍କ ପରେ ଜଣେ ନେତା ଦଳରୁ କରଛଡା ଦେଉଛନ୍ତି । ତୃଣମୂଳ ସ୍ତରର ନେତାଙ୍କ ଠାରୁ ଯେ ବରିଷ୍ଠ ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି । ହେଲେ ନବୀନଙ୍କ ନାଲି ଆଖିକୁ ଆଉ କାହାର ଭୟ ନାହିଁ । ହାତରୁ କ୍ଷମତା ଖସିବା ପରେ ମୁହଁ ଖୋଲି ବିଷୋଦଗାର କରୁଛନ୍ତି ନେତା । ଡର ନାହିଁ କି ଭୟ ନାହିଁ ସିଧା ସିଧା ପରାଜୟର କାରଣ ପାଇଁ ନବୀନଙ୍କୁ ଦାୟୀ କରୁଛନ୍ତି । କେତେବେଳେ ବିଜେଡିର ବରିଷ୍ଠ ନେତା ବଦ୍ରି ପାତ୍ର ଓ ଅମର ଶତପଥୀ ମୁହଁ ଖୋଲୁଛନ୍ତି ତ ଅନ୍ୟ କେତେବେଳେ ଜିଲ୍ଲା ସଭାପତି ମାନେ ମୁହଁ ଖୋଲି ବିଷ ଓଗାଳୁଛନ୍ତି । ଅସନ୍ତୁଷ୍ଟ ନେତାଙ୍କ ମାନଭଞ୍ଜନ କରିବା ପାଇଁ 27 ତାରିଖରେ ଶଙ୍ଖଭବନରେ ବସିଥିଲା ବଡ ବୈଠକ । କିନ୍ତୁ ନବୀନଙ୍କ ସବୁ ପ୍ଲାନକୁ ପାଣିଚିଆ କରିଦେଲେ ନିଜ ଦଳର ନେତା । ବୈଠକକୁ ଯିବା ପୂର୍ବରୁ ବିଜେଡିର ପୋଲ ଖୋଲିଛନ୍ତି ଜିଲ୍ଲା ସଭାପତି ମହୀଧର ରଣା । ଗଣମାଧ୍ୟମ ସାମନାରେ ସିଧା ସିଧା ନବୀନଙ୍କୁ କରିଛନ୍ତି ଟାର୍ଗେଟ । ଦଳୀୟ ଅନ୍ତଃକନ୍ଦଳ ଠାରୁ ଯେ ନବୀନ ପଟ୍ଟନାୟକ ଦଳକୁ ଠିକ ଭାବେ ପରିଚାଳନା ନ କରିବା କଥା ବି କହିଲେ । ବିଜେଡିରେ ସୃଷ୍ଟି ହେଉଥିବା ଗୋଷ୍ଠୀ କନ୍ଦଳ ପାଇଁ ଚିନ୍ତାରେ ଥିବା ନବୀନ ଗତାକଲି ଜରୁରୀ ମିଟିଙ୍ଗ ଡାକି ନିଜେ ହିଁ ଫସିଗଲେ ।

author

Related Articles

Leave a Reply

Your email address will not be published. Required fields are marked *