ପାଣ୍ଡିଆନକୁ ହେଲିକପ୍ଟର ଯୋଗାଉଛି କିଏ ?

ପାଣ୍ଡିଆନକୁ ହେଲିକପ୍ଟର ଯୋଗାଉଛି କିଏ ?

ବାରମ୍ବାର ବିଭିନ୍ନ ଜିଲ୍ଲାକୁ ଜିଲ୍ଲ୍‌ା ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ନେତା ମନ୍ତ୍ରୀଙ୍କ ପରି ଘନଘନ ଚାର୍ଟର ହେଲିକପ୍ଟରରେ ଉଡୁଛନ୍ତି ଭିକେ ପାଣ୍ଡିଆନ । ତାଙ୍କ ପାଦ ଆଉ ମାଟିରେ ଲାଗୁନି ସେ ଆକାଶରେ ଉଡୁଛନ୍ତି । ହଁ ଆଜ୍ଞା ଆମେ କହୁଛୁ ମୁଖିଆଙ୍କ ସଚିବଙ୍କ କଥା । ଯେବେଠୁ ସେ ବିମାନରେ ଉଡୁଛନ୍ତି ସେବେଠୁ ବାଣିଜ୍ୟ ଓ ପରିବହନ ବିଭାଗ ବିନା ଟେଣ୍ଡରରେ ଚାର୍ଟର ବିମାନ ଓ ହେଲିକପ୍ଟରକୁ ଭଡାରେ ଆଣୁଛନ୍ତି । ସୂଚନା ଆଧୈକାର ଆଇନରେ ୫ଟି ସଚିବଙ୍କ ପାଇଁ ଆସୁଥିବା ବିମାନ ପାଇଁ କେତେ ଟଙ୍କା ଓ ବିମାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେଉଁ ସଂସ୍ଥାକୁ କହାଯାଇଛି ଏନେଇ ପରିବହନ ବିଭାଗ ପାଖରେ କୌଣସି ଉତ୍ତର ନାହିଁ । ଯଦି ପରିବହନ ବିବାଗ ପାଖରେ ଉତ୍ତର ନାହିଂ ତେବେ ସଚିବ ଯେଉଁ ଚାର୍ଟର ବିମାନ ବ୍ୟବହାର କରୁଛନ୍ତି ତାର ଭଡା ଦେଉଛି କିଏ ? ରାଜ୍ୟ ସରକାର ଯେଉଁ ହେଲିକପ୍ଟର ବ୍ୟବହାର କରିବେ ବାଣିଜ୍ୟ ଓ ପରିବହନ ବିଭାଗ ତାର ଟେଣ୍ଡର କରିବ । ଏହାର ଭଡା ମଧ୍ୟ ଦେବ । କିନ୍ତୁ ସଚିବଙ୍କ ବିମାନ ଉଡାଣର ଅର୍ଥ ଯଦି ପରିବହନ ବିଭାଗ ଦେଉନି ତେବେ ସଚିବଙ୍କ ଜିଲ୍ଲା ଗସ୍ତ ଓ ଅନ୍ୟ ଗସ୍ତର ଅର୍ଥ ଦେଉଛି କିଏ ? ଏହା ବିଜେଡି କାର୍ଯ୍ୟାଳୟ ପକ୍ଷରୁ ଦିଆଯାଉଛି କି ? ନା କେହି ବ୍ୟକ୍ତି ଏହାର ଅର୍ଥ ଦେଉଛନ୍ତି ? ନା ପାଣ୍ଡିଆନ ନିଜ ଅର୍ଥରେ ଚାର୍ଟର ହେଲିକପ୍ଟର ବ୍ୟବହାର କରୁଛନ୍ତି ? ଜଣେ ସଚିବଙ୍କ ପାଖରେ ଏତେ ଅର୍ଥ ଆସିଲା କେଉଁଠୁ ?


ପୂର୍ବରୁ କଥା ସାମ୍ନାକୁ ଆସିଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୫ଟି ସଚିବଙ୍କ ବିମାନ ନିୟୋଜିତ କରିବାକୁ କୌଣସି ନିର୍ଦ୍ଦେଶ ନାହିଁ । ତେବେ ପାଣ୍ଡିଆନ ଓ ଅନ୍ୟ ଅଧିକାରୀ ମାନେ କପରି ବିମାନରେ ଯାଉଛନ୍ତି ? କିଏ ଦେଉଛି ଅର୍ଥ ? ଗତ ୨ବର୍ଷ ହେଲା ନିୟମିତ ୨ଇଂଜନ ବିଶିଷ୍ଟ ଟର୍ବୋ ପ୍ରପ୍ ଏୟାରକ୍ରାଫ୍ଟ ଚର୍ଟାର ବିମାନ ଟେଣ୍ଡରରେ ଡକାଯାଉଛି । ରାଜ୍ୟର ଭିଆଇପି ମାନଙ୍କ ପାଇଁ ଏଯାବତ ୫ଥର ଟେଣ୍ଡର ଡକାଗଲାଣି । କିନ୍ତୁ ସର୍ତ୍ତ ପୂରଣ ନହେବାରୁ ବିମାନ କମ୍ପନୀ ଆଗ୍ରହ ଦେଖାଉନାହାନ୍ତି । ଏପଟେ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ରାଜ୍ୟ ସରକାର ୫ବର୍ଷରେ ହେଲିକପ୍ଟର ଭଡା ବିବାଦକୁ ୫୦ କୋଟି ଟଙ୍କା ଖର୍ଚ୍ଚ କରିଲେଣି । । ସରକାର ଚାର୍ଟର ବିମାନକୁ ଭଡାରେ ଆଣିବାକୁ ଟେଣ୍ଡର ଡଡାକୁ ଥିଲେ ମଧ୍ୟ ଅଢେଇବର୍ଷ ହେବ କୌଣସି ୧ଟିଏ ଟେଣ୍ଡର ଡକାଯାଇନି । ତେବେ କିଏ ଏହି ଚାର୍ଟର ହେଲିକପ୍ଟର ଯୋଗାଇ ଦେଉଛି? ଏହି ପଛରେ କାହାର ହାତ ଅଛି ? କିଏ କରୁଛି ବିମାନ ପରିବହନ ଭିତରେ ହେରଫେର ? ଏବେ ତାହା ଦେଖିବାକୁ ବାକି ରହିଲା …

author

Related Articles

Leave a Reply

Your email address will not be published. Required fields are marked *