ପାଣ୍ଡିଆନଙ୍କୁ ସିଦ୍ଧାନ୍ତଙ୍କ ଟାର୍ଗେଟ

ପାଣ୍ଡିଆନଙ୍କୁ ସିଦ୍ଧାନ୍ତଙ୍କ ଟାର୍ଗେଟ

ନିଜ ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କରୁଥିବା ବେଳେ ବିଜେଡିକୁ ଟାର୍ଗେଟ କରିଛନ୍ତି ଅଭିନେତା ତଥା ବିଜେପି ନେତା ସିଦ୍ଧାନ୍ତ ମହାପାତ୍ର । ବିଜେଡି ଆଉ ବିଜୁ ଜନତା ଦଳ ହୋଇନାହିଁ ତାହା ପାଣ୍ଡିଆନ ଜନତା ଦଳରେ ପରିଣତ ହୋଇଥିବା ସେ ମତପ୍ରକାଶ କରିଛନ୍ତି । ତେବେ ଆଜି ନିର୍ବାଚନର ଶେଷ ପର୍ଯ୍ୟାୟ ପ୍ରଚାର ଥିବା ବେଳେ ନିଜ ଦଳୀୟ କର୍ମୀ ଆକାଶ ଦାସ ନାୟକଙ୍କ ପାଇଁ ସିଦ୍ଧାନ୍ତ ଏବଂ ବୁଲୁ ଦାସ ପ୍ରଚାରରେ ଯୋଗ ଦେଇଥିଲେ । ଆକାଶ, ସିଦ୍ଧାନ୍ତ ମହାପାତ୍ର ଓ ଅଭିନେତା ବୁଲୁ ଦାସ କାଳି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପୂଜାର୍ଚ୍ଚନା ପରେ ବ୍ୟାସନଗର ପୌରାଞ୍ଚଳର କାଳି ମେଲଣ ପଡିଆରୁ ବିଶାଳ ରୋଡ଼ ଶୋ’ରେ ସମସ୍ତେ ବାହାରିଥିଲେ। ରାସ୍ତାରେ ଗଲା ବେଳେ ଆକାଶଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ ସିଦ୍ଧାନ୍ତ ଓ ବୁଲୁ। ଏବଂ ଏହି ସମୟରେ ସେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *