ପାଣ୍ଡିଆନଙ୍କ ପାଇଁ ଟିକେଟ କାଉଣ୍ଟରରେ ବିଜେପି..

ପାଣ୍ଡିଆନଙ୍କ ପାଇଁ ଟିକେଟ କାଉଣ୍ଟରରେ ବିଜେପି..

ଆସନ୍ତାକାଲି ଓଡିଶାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଜୋର ଜମୁଛି ପ୍ରଚାର ମଇଦାନ । ବିଜୁ ଜନତା ଦଳର ଜଣେ ହେଭିୱେଟ ନେତା ତଥା ବର୍ତ୍ତମାନର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ । ଜିଲ୍ଲାକୁ ଜିଲ୍ଲା ଗସ୍ତ କରି ପାଣ୍ଡିଆନ ପ୍ରଚାର କରୁଛନ୍ତି ଏବଂ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ମାନେ ମଧ୍ୟ ତୁହାକୁ ତୁହା ଓଡିଶା ଗସ୍ତରେ ଆସୁଛନ୍ତି । ଏହାରି ମଧ୍ୟରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କର ନକଲି ପ୍ଲାଇଟ ନକଲି ଟିକେଟ କାଟି କଟାକ୍ଷ କରିଛି ଭାରତୀୟ ଜନତା ପାର୍ଟି ।  ଶନିବାର ଓଡିଶା ଗସ୍ତରେ ଆସିଥିବା ବିଜେପିର ହେଭିୱେଟ ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ସତ୍ୟବାଦୀ ସଭାରେ ଲୋକମାନଙ୍କ ଠାରୁ ଟଙ୍କାଏ ଦୁଇ ଟଙ୍କିଆ ଆଦାୟ କରି ଭିକେ ପାଣ୍ଡିଆନଙ୍କୁ ତାମିଲ ପଠେଇବା ପାଇଁ ଅପିଲ କରିଥିଲେ । ଏହାପରେ ଭାରତୀୟ ଜନତା ପାର୍ଟି ଯେଉଁ ପୋଷ୍ଟ ଟି କଲା ତାକୁ ନେଇ ହୁଲସ୍ତୁଲ ଓଡିଶା ରାଜନୀତି । ବିଜେପି ନିଜ ପେଜରେ ପାଣ୍ଡିଆନଙ୍କ ପାଇଁ ଭୁବନେଶ୍ୱରରୁ ତାମିଲ ନକଲି ଫ୍ଲାଇଟ ଟିକେଟ କରି ପୋଷ୍ଟ କରି ପାଣ୍ଡିଆନଙ୍କୁ କଟାକ୍ଷ କରିଛି । ଯାହା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତାମିଲ ବାବୁଙ୍କୁ ବିରୋଧ କରି ଓଡିଶାରୁ ହଟେଇବା ପାଇଁ ବିଜେପି ଏପରି କରିଛି । ପାଣ୍ଡିଆନଙ୍କୁ ହଟାଇବା ପାଇଁ ବିଜେପି ଆପଣାଇଥିବା ଏହି କୌଶଳରେ ଉଭୟ ଦଳର ସମର୍ଥକଙ୍କ ମଧ୍ୟରେ ଏବେ ଅସନ୍ତୋଷ ଦେଖାଦେଇଛି । ତେବେ ବିଜେପିର ଏପରି କଟାକ୍ଷ ପରେ କଣ ରହିବ ବିଜେଡି ହେଭିୱେଟ କାର୍ତ୍ତିକ ପାଣ୍ଡିଆନଙ୍କ ଆଗାନୀ ପଦକ୍ଷେପ ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *