ନବୀନଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ପୁଣି ଉଠିଲା ପ୍ରଶ୍ନ । ହଁ ଆଜ୍ଞା ନିକଟରେ ପୂର୍ବତନ ବିଜେଡି ନେତ୍ରୀ ତଥା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଦଳ ଛାଡିବା ପରେ ବିଜେଡିର ସବୁ ଗୁମର ଖୋଲିଥିଲେ । ନବୀନଙ୍କ ହିଞ୍ଜିଳି ଓ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବାକୁ ନେଇ ବିସ୍ପୋରକ ବୟାନ ଦେଇଥିଲେ ସୁନନ୍ଦା ଏବଂ ତାଙ୍କ ସ୍ୱାମୀ । ସୁନନ୍ଦାଙ୍କ ଟିକେଟ କଟିବା ପରେ ନବୀନଙ୍କୁ କଣ୍ଟାବାଞ୍ଜିରୁ ଜିତେଇବା ପାଇଁ ଦଳ ତାଙ୍କୁ ଦାୟିତ୍ୱ ଦେଇଥିଲା । ସୁନନ୍ଦା ସେଠାରେ ଯାଇ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ସୁନନ୍ଦା ବିଜେଡି ଛାଡିବା ପରେ ବରୀ ବିଧାୟକ ବିଶ୍ୱ ମଲ୍ଲିକ କହିଥିଲେ ନବୀନଙ୍କ ହାରିବା ପଛରେ ରହିଛି ସୁନନ୍ଦାଙ୍କ ହାତ । କିନ୍ତୁ ଏହାକୁ ଖଣ୍ଡନ କରି ସୁନନ୍ଦା କହିଥିଲେ କି ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ ତେଣୁ ତାଙ୍କୁ ନବୀନଙ୍କୁ ହରାଇବା ପାଇଁ କଣ୍ଟାବାଞ୍ଜି ପଠାଯାଇଥିଲା । ଅନ୍ୟପଟେ କଣ୍ଟାବାଞ୍ଜିରେ ବିଜେଡି ତିନି ନମ୍ୱରରେ ରହି ଆସୁଥିଲେ ଆଉ ଏଭଳି ଗୋଟେ ରେଡ ଜୋନ ଏରିଆକୁ କାହିଁକି ନବୀନଙ୍କୁ ପଠାଗଲା ସେ ନେଇ ଅନେକ ରାଜନୈତିକ ବୟାନ ବାଜି ଲାଗି ରହିଥିବା ବେଳେ ନବୀନ ପଟ୍ଟନାୟକ ଗୁଜବକାରୀଙ୍କୁ ଜବାବ ଦେଉଛନ୍ତି । ଗତକାଲି ସୁନନ୍ଦା ବିଜେପିରେ ସାମିଲ ହୋଇଥିବା ବେଳେ ଠିକ ଦିନକ ପୂର୍ବରୁ ନବୀନ ପଟ୍ଟନାୟକ ନିଜ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଏମିତି କିଛି । ସେ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି କି ମୋର କଣ୍ଟାବାଞ୍ଜି ଓ ହିଞ୍ଜିଳିରୁ ନିର୍ବାଚନ ଲଢିବା ନେଇ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କ ଦ୍ୱାରା ସାମାଜିକ ଗଣମାଧ୍ୟମରେ କରାଯଆଉଥିବା ଗୁଜବ ଓ ମିଥ୍ୟା ପ୍ରଚାରକୁ ସେ ଦୃଢ ନିନ୍ଦା କରିଛନ୍ତି । ତେବେ ନବୀନଙ୍କ ଏହି ପୋଷ୍ଟ ପରେ ଜୋର ଧରୁଛି ରାଜନୀତି । କାହିଁକିନା ଯେବେ ଯେବେ ପାଣ୍ଡିଆନଙ୍କ ନାଁ ଉଠୁଛି ସେତେବେଳେ ସୋସିଆଲ ମିଡିଆରେ କିଛି ନା କିଛି ମନ୍ତବ୍ୟ ରଖୁଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ପୁଣି ପାଣ୍ଡିଆନଙ୍କ ଉପରେ ଆଙ୍ଗୁଠି ଉଠିଲା ବୋଲି ସାମ୍ନାକୁ ଆସିଲେ ନବୀନ । ଏହା କେବଳ ଏବେ ନୁହଁ ବରଂ ପୂର୍ବରୁ ମଧ୍ୟ ଯେବେ ପାଣ୍ଡିଆନଙ୍କ କଥା ଉଠିଛି ସେବେ ସେବେ ସାମ୍ନାକୁ ଆସିଛନ୍ତି ଶଙ୍ଖପତି ।
You can share this post!
author