ପାଣ୍ଡିଆନଙ୍କ ପ୍ଲାନକୁ ଫେଲ କରୁଛନ୍ତି ନବୀନ !

ପାଣ୍ଡିଆନଙ୍କ ପ୍ଲାନକୁ ଫେଲ କରୁଛନ୍ତି ନବୀନ !

ଓଡିଶା ରାଜନୀତିରେ ଥମୁନି ପାଣ୍ଡିଆନ ଚର୍ଚ୍ଚା । ରାଜନୀତିରୁ ସନ୍ନ୍ୟାସ ନେଇ ସାରିବା ପରେ ମଧ୍ୟ ସତେ ଯେମିତି ପାଣ୍ଡିଆନଙ୍କ ପିଛା ଛାଡୁନି ବିବାଦ । ଭିକେ ପାଣ୍ଡିଆନଙ୍କ ନାଁକୁ ନେଇ ରାଜ୍ୟ ରାଜନୀତିରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି ଏବଂ ସବୁଥର ପାଣ୍ଡିଆନଙ୍କ ସପକ୍ଷରେ ବାହାରୁଛନ୍ତି ନବୀନ ପଟ୍ଟନାୟକ । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବିଜେଡିକୁ ଭାଙ୍ଗିବା ପାଇଁ ଦିଲ୍ଲୀରେ ଡେରା ପକାଇଥିଲେ ଭିକେ ପାଣ୍ଡିଆନ । ଏବଂ ସେ କୁଆଡେ ଭାରତୀୟ ଜନତା ପାର୍ଟି ସହିତ ଲିଙ୍କରେ ରହିଥିଲେ ଏବଂ ଏଥିପାଇଁ ସେ ଦିଲ୍ଲୀ ଗସ୍ତ କରିଛନ୍ତି । ବିଜେଡିକୁ ଭାଙ୍ଗି ବିଜେପିକୁ ଆଗକୁ ନେବାକୁ ସାହାଯ୍ୟ କରିବେ ବୋଲି ଏକ ଇଂରାଜୀ ଖବର କାଗଜରେ ପ୍ରକାଶ ପାଇଛି । କିନ୍ତୁ ଏହାକୁ ଖଣ୍ଡନ କରି ପୁଣିଥରେ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଛନ୍ତି ବିଜେଡିର ସାଇଲେଣ୍ଟ କିଲର ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ସେ ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଏହି ସମ୍ୱାଦକୁ ମିଥ୍ୟା ବୋଲି ଦର୍ଶାଇଛନ୍ତି ଏବଂ ପାଣ୍ଡିଆନଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି । ପାଣ୍ଡିଆନ ନିଷ୍ଠାପର ଭାବେ ନିଜ ଦଳ ପାଇଁ କାମ କରୁଥିଲେ । ତେବେ ଏବାବଦରେ ଏପର୍ଯ୍ୟନ୍ତ ଭିକେ ପାଣ୍ଡିଆନ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ନିଜ ଶିଷ୍ୟ ପାଇଁ ଗୁରୁ ମୁହଁ ଖୋଲିଛନ୍ତି ବୋଲି ନାନା ଚର୍ଚ୍ଚା ହେଉଛି । ପାଞ୍ଚ ପାଞ୍ଚ ଥରର ବିଜେଡି ସରକାର ଏଥର ଭିକେ ପାଣ୍ଡିଆନଙ୍କ ପାଇଁ ହିଁ ବିରୋଧି ଦଳ ଆସନରେ ବସିଛି ବୋଲି ସାରା ରାଜ୍ୟରେ ପ୍ରତିଧ୍ୱନିତ ହେଉଥିବାବେଳେ ଏହାକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ରାଜ୍ୟରେ ବିଜେଡିକୁ ତଳିତଳାନ୍ତ କରି ବିଜେପିକୁ ପୁଣିଥରେ ଫ୍ରଣ୍ଟଫୁଟକୁ ଆଣିବାକୁ ପାଣ୍ଡିଆନ ବିଜେପିକୁ ଅଫର ଦେଇଥିବା କଥାରେ କେତେ ସତ୍ୟତା ରହିଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିର୍ବାଚନ ସମୟରେ ବିଜେପି ପାଇଁ ହିରୋ ସାଜିଥିବା ପାଣ୍ଡିଆନ ଏ ବାବଦରେ କେବେ ମୁହଁ ଖୋଲୁଛନ୍ତି ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *