ପାଣ୍ଡିଆନଙ୍କ ରେକର୍ଡ ଭାଙ୍ଗିବେ ମୋହନ
ହେଲିକପ୍ଟର ବୟ ସାଜିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ
ଅଭିଯୋଗ ଶୁଣାଣୀ ବନ୍ଦ କରି ରାଜ୍ୟ ବୁଲୁଛନ୍ତି ମୋହନ ସରକାର
ଦିଲ୍ଲୀରୁ କଣ୍ଟ୍ରୋଲ ହେଉଛି ରିମୋଟ ଉଠବସ ହେଉଛନ୍ତି ମୁଖ୍ୟମନ୍ତ୍ରୀ
ହଁ ଦର୍ଶକବନ୍ଧୁ ରାଜ୍ୟରେ ବିଜେପି ସରକାରକୁ ତିନିମାସରୁ ଅଧିକ ଦିନ ବିତିଗଲାଣି । କିନ୍ତୁ ଆଜି ପର୍ଯ୍ୟନ୍ତ ନବୀନଙ୍କ ହ୍ୟାଙ୍ଗୋଭରରୁ ବାହାରି ପାରୁନାହାନ୍ତି ସାଧାରଣ ଜନତା । ଭାରତୀୟ ଜନତା ପାର୍ଟି ଓଡିଆ ଅସ୍ମିତାକୁ ଆୟୁଧ କରି ସରକାର ଗଢିଛି ସତ କିନ୍ତୁ ସେହି ଓଡିଆ ଲୋକଙ୍କ ଭାବାବେଗ ସହ ଖେଳିବାକୁ ପଛାଉ ନାହିଁ ବିଜେପି ସରକାର । ରାଜ୍ୟରେ ବିଜେପି ସରକାର ହେବା ପରେ ଦୀର୍ଘ 16 ବର୍ଷ ପରେ ଅଭିଯୋଗ ଶୁଣାଣି ଆରମ୍ଭ କରିଛନ୍ତି ମୋହନ ସରକାର ହେଲେ ଅଭିଯୋଗ କମ ଶୁଣୁଛନ୍ତି ହଟହଟା ଅଧିକ ହେଉଛନ୍ତି । ପ୍ରଥମ ଦିନରେ 1500 ଲୋକଙ୍କ ଅଭିଯୋଗ ଶୁଣିଥିବା ମୋହନ ସରକାରଙ୍କ ଏହି ଅଭିଯୋଗ ପ୍ରକୋଷ୍ଠକୁ ନେଇ ଉଠୁଛି ନାନା ପ୍ରଶ୍ନ । କାହିଁକିନା ଲୋକପ୍ରିୟ ହେବା ପାଇଁ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ତ ଆରମ୍ଭ କରିଦେଲେ କିନ୍ତୁ ବିଭିନ୍ନ କାର୍ଯ୍ୟନେଇ ଅଧାଦିନ ଅଭିଯୋଗ ଶୁଣାଣି ବନ୍ଦ କରୁଛନ୍ତି ମୋହନ । କେତେବେଳେ ବିଜେପିର ନିର୍ବାଚନ ପ୍ରଚାର ପାଇଁ ଝାରଖଣ୍ଡ ଗସ୍ତ କରୁଛନ୍ତି ତ ଅନ୍ୟ କେତେବେଳେ ଦିଲ୍ଲୀ ଗସ୍ତ କରୁଛନ୍ତି । ଓଡିଶାର ସରକାର ହୋଇ ଓଡିଶାରେ କମ ବରଂ ଏ ରାଜ୍ୟରୁ ସେ ରାଜ୍ୟକୁ ଅଧିକା ବୁଲୁଛନ୍ତି । ମୋହନଙ୍କ ଏହି ରାଜ୍ୟ ବୁଲା ଘଟଣା ଅତୀତର ପାଣ୍ଡିଆନଙ୍କ ହେଲିକେପ୍ଟରରେ ଜିଲ୍ଲାରୁ ଜିଲ୍ଲାକୁ ବୁଲିବା ଘଟଣା ଠାରୁ ମଧ୍ୟ ବଳିପଡିଲା । ସରକାରକୁ ଆସିବା ପରେ ଓଡିଶାର ଜନ ସାଧାରଣଙ୍କୁ ଅଧିକ ଗୁରୁତ୍ୱ ଦେବା ବଦଳରେ ନିଜ ଦଳୀୟ କାର୍ଯ୍ୟକ୍ରମରେ ବୁଡି ରହୁଛି ଭାରତୀୟ ଜନତା ପାର୍ଟି । ନୂଆ ନୂଆ ନିୟମ ନୂଆ ନୂଆ ଯୋଜନା ତା ପରେ ମଧ୍ୟ ମୋହନ ସରକାରଙ୍କୁ ନେଇ ଉଠୁଛି ନାନା ପ୍ରଶ୍ନ ।