ପାନକ୍ରିୟାଟାଇଟିସ୍ ରୋଗ କ’ଣ ?

ପାନକ୍ରିୟାଟାଇଟିସ୍ ରୋଗ କ’ଣ ?

ମନୁଷ୍ୟ ପାକସ୍ଥଳିରେ ବିଭିନ୍ନ ପ୍ରକାରର ରୋଗ ଦେଖିବାକୁ ମିଳିଥାଏ । ସେଥିମଧ୍ୟରୁ ପାନକ୍ରିୟାଟାଇଟିସ୍ ଅନ୍ୟତମ। ଏହି ରୋଗ ହେଲେ ଅଗ୍ନାଶୟରେ ପ୍ରଦାହ ଦେଖାଯାଏ। ପେଟରେ ନାନା ସମସ୍ୟା ହୁଏ। କାହିଁକି ପାନକ୍ରିୟାଟାଇଟିସ୍ ରୋଗ ହୁଏ, ଏହାର ଲକ୍ଷଣ କଣ ? ପାନକ୍ରିୟାଟାଇଟିସ ବା ଏହାକୁ ଅଗ୍ନାଶୟ ରୋଗ ମଧ୍ୟ କହନ୍ତି । ଏହି ରୋଗ ଦୁଇ ପ୍ରକାରର ହୋଇଥାଏ। ଗୋଟିଏ ହେଉଛି କ୍ରୋନିକ ଓ ଅନ୍ୟଟି ଆକ୍ୟୁଟ।ଏହି ଦୁଇଟି ପ୍ରକାର ହଠାତ୍ ପ୍ରଦାହର ଆରମ୍ଭରେ ହୋଇଥାଏ, ଯାହା ଅଳ୍ପ ସମୟ ପର‌୍ୟ୍ୟନ୍ତ ରହିଥାଏ।

ଆକ୍ୟୁଟ୍ ପାନକ୍ରିୟାଟାଇଟିସ୍ ରୋଗୀଙ୍କ ମଧ୍ୟରୁ ଅଧିକାଂଶ ରୋଗୀ ଉପଯୁକ୍ତ ଚିକିତ୍ସା ପାଇବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଆନ୍ତି। କ୍ରୋନିକ ପାନକ୍ରିୟାଟାଇଟିସ୍ ଗୁରୁତର ହେଲେ ରକ୍ତସ୍ରାବ, ଟିସୁ ନଷ୍ଟ ହେବା ଏବଂ ସଂକ୍ରମଣ ହୋଇଥାଏ। ଯଦି ରୋଗ ଅଧିକ ଭୟଙ୍କର ହୁଏ, ତେବେ ହୃଦୟ, ଫୁସଫୁସ ଏବଂ କିଡନୀ ପରି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ କ୍ଷତି ପହଞ୍ଚାଇପାରେ। କ୍ରୋନିକ୍ ପାନକ୍ରିୟାଟାଇଟିସ୍ ହେଉଛି ଦୀର୍ଘକାଳୀନ ପ୍ରଦାହ। ଆକ୍ୟୁଟ ପାନକ୍ରିୟାଟାଇଟିସ୍ ହେବା ପରେ ଏହା ସାଧାରଣତଃ ଦେଖାଯାଏ। ଦ୍ୱିତୀୟ ମୁଖ୍ୟ କାରଣ ହେଉଛି ଦୀର୍ଘ ଦିନ ଧରି ଅତ୍ୟଧିକ ମଦ୍ୟପାନ।

author

Related Articles

Leave a Reply

Your email address will not be published. Required fields are marked *