ପାନ ପତ୍ରରେ ହେବ ଧନ ଲାଭ,କପରି ତାହା ଜାଣନ୍ତୁ  

ପାନ ପତ୍ରରେ ହେବ ଧନ ଲାଭ,କପରି ତାହା ଜାଣନ୍ତୁ  

ହିନ୍ଦୁ ଧର୍ମରେ ପାନପତ୍ର ର ବିଶେଷ ମହତ୍ୱ ରହିଛି l ବିଶେଷକରି ପୂଜାପାଠ ରେ ପାନପତ୍ର ର ବିଶେଷ ଆବଶ୍ୟକତା ହୋଇଥାଏ l ଯାହା ଦ୍ୱାରା ଈଶ୍ୱର ଙ୍କ କୃପା ଲାଭ ହୋଇଥାଏ l କୁହାଯାଏ କି ପାନପତ୍ର ରେ ଦେବାଦେବୀ ଙ୍କ ବାସ ହୋଇଥାଏ l ତେଣୁ ପାନପତ୍ର ଖୁବ ପବିତ୍ର ଅଟେ l

ପାନପତ୍ର ଶୀତଳତା ଓ ସମୃଦ୍ଧି ର ପ୍ରତୀକ ବୋଲି କୁହାଯାଏ । ପାନପତ୍ର ଈଶ୍ୱରଙ୍କ ନିକଟ ରେ ଅର୍ପଣ କରିବା ଦ୍ୱାରା ଈଶ୍ୱର ଙ୍କ କୃପା ଲାଭ ହୋଇଥାଏ l ପାନପତ୍ର ଓ କର୍ପୁର ରେ ଈଶ୍ୱରଙ୍କ ପାଇଁ ବ୍ୟବହାର ହୋଇଥାଏ l ମାନ୍ୟତା ଅନୁସାରେ ଗୁରୁବାର ଦିନ ମାଲକ୍ଷ୍ମୀ ଙ୍କୁ ପାନପତ୍ର ଅର୍ପଣ କରିବା ଶୁଭ ହୋଇଥାଏ ଓ ଏହିଦିନ ପାନପତ୍ର ଉପରେ କର୍ପୁର ରଖି ଆଳତି କରିବା ଦ୍ୱାରା ଏପରି କରିବା ଦ୍ୱାରା ଘରର ନକାରାତ୍ମକ ଶକ୍ତି ଦୂର ହୋଇଥାଏ l ଜ୍ୟୋତିଷ ଓ ବିଜ୍ଞାନ ମତରେ ଘରେ ପାନପତ୍ର ରେ କର୍ପୁର ଜଳାଇବା ଦ୍ୱାରା ଶୁଭ ହୋଇଥାଏ l ଜଳୁଥିବା କର୍ପୁର ର ସୁଗନ୍ଧ ଦ୍ୱାରା ଘରର ବାତାବରଣ ଖୁବ ଶୁଦ୍ଧ ହୋଇଥାଏ l ଏହାଛଡା ଘରର ବାତାବରଣ ଖୁବ ସୁଧ ହୋଇଥାଏ ଓ ବ୍ୟାକଟେରିଆ ନଷ୍ଟ ହୋଇ ଯାଇ ଥାଆନ୍ତି l  ଆଉ ହଁ ପୂଜା ରେ ବ୍ୟବହୃତ ହେଉଥିବା ପାନପତ୍ର ଛିଡି ନଥିବା କିମ୍ବା ଫାଟି ନଥିବା ଜରୁରୀ l ନଚେତ ପୂଜା ରେ ସଫଳତା ମିଳି ନଥାଏ l ପ୍ରତି ଗୁରୁବାର ଦିନ ପାନପତ୍ର ଓ କର୍ପୁର ରେ ଆଳତି କରିବା ଦ୍ୱାରା ଅଟକିଥିବା କାର୍ଯ୍ୟରେ ସଫଳତା ଲାଭ ହୋଇଥାଏ l

author

Related Articles

Leave a Reply

Your email address will not be published. Required fields are marked *