ପାରଳାଖେମୁଣ୍ଡିର ମେଧାବୀ ଆଦିବାସୀ ଛାତ୍ରୀ ସୌଦାମିନୀ ରଇତା ଓ ତାଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ଓଡିଶା ମାନବ ଅଧିକାର କମିଶନର (OHRC) ଙ୍କୁ ଭେଟିଲେ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ।

ପାରଳାଖେମୁଣ୍ଡିର ମେଧାବୀ ଆଦିବାସୀ ଛାତ୍ରୀ ସୌଦାମିନୀ ରଇତା ଓ ତାଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ଓଡିଶା ମାନବ ଅଧିକାର କମିଶନର (OHRC) ଙ୍କୁ ଭେଟିଲେ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀର ମେଧାବୀ ଆଦିବାସୀ ଛାତ୍ରୀ ସୌଦାମିନୀ ରଇତାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା।

ସୌଦାମିନୀ ରାଇତାଙ୍କ ମୃତ୍ୟୁ ଘଟଣାରେ ନ୍ୟାୟ ଦାବୀ କରି ତାଙ୍କ ମାଆ ସୁଜ୍ଞାନୀ ଗମଙ୍ଗୋ ୪୬ ଦିନ ଧରି ଧାରଣାରେ ମଧ୍ୟ ବସିଥିଲେ। ଝିଅ ମୃତ୍ୟୁ ଘଟଣା ଅପମୃତ୍ୟୁ ନୁହେଁ ଏହା ଏକ ଦୁଷ୍କର୍ମ ଓ ହତ୍ୟା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ଏହା ପରେ ଏହି ଘଟଣାର କ୍ରାଇମବ୍ରାଞ୍ଚଙ୍କୁ ହସ୍ତାନ୍ତର କରାଯାଇଥିଲା ।
ଏହା ଭିତରେ ତଦନ୍ତକୁ ପାଞ୍ଚ ମାସ ବିତିଗଲାଣି ପରେ ବି ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବା ଦୂର କଥା ଏପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟ ପ୍ରକାଶ ପାଇନାହିଁ।

ତେଣୁ ଆଜି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ ମୃତ୍ୟୁ ଆଦିବାସୀ ମେଧାବୀ ଛାତ୍ରୀ ସୌଦାମିନୀ ଓ ତାଙ୍କ ପରିବାରଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟ ମାନବ ଅଧିକାର କମିଶନରଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ।

ଶ୍ରୀଯୁକ୍ତ ପଟ୍ଟନାୟକ OHRC ସଦସ୍ୟ ଶ୍ରୀଯୁକ୍ତ ଅସୀମ ଅମିତାଭ ଦାସଙ୍କୁ ଭେଟି ଏହି ଘଟଣା ବିଷୟରେ ଆଲୋଚନା କରିଥିଲେ।
ଗଣମାଧ୍ୟମକୁ ଏହି ଘଟଣା ବିଷୟରେ ସୂଚନା ଦେଇ ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ଯେ,

ନିକଟରେ ଗଜପତି ଜିଲ୍ଲା ଗସ୍ତ ସମୟରେ ଏହି ମେଧାବୀ ଆଦିବାସୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ଖବର ତାଙ୍କ ସାମ୍ନାକୁ ଆସିଥିଲା। ପୀଡିତା ଛାତ୍ରୀଙ୍କ ମାଆ ବିଭିନ୍ନ ସ୍ଥାନରେ ନ୍ୟାୟ ପାଇଁ ଦାବୀ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିପାରିନାହିଁ। କ୍ରାଇମବ୍ରାଞ୍ଚ୍ ତଦନ୍ତ ହୋଇଥିଲେବି ଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଯିଏ ଅଭିଯୋଗ କରିଛନ୍ତି ତାଙ୍କ ଅଭିଯୋଗକୁ କଣ ପାଇଁ ଶୁଣା ଯାଉନାହିଁ। ଯେଉଁ ଶିକ୍ଷକ ଓ ୱାଡେନ୍ ଦାୟିତ୍ୱରେ ଥିଲେ ତାଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କଣ ତଦନ୍ତ ହୋଇଛି ଓ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ପୋଷ୍ଟମଟମ୍ ରିପୋର୍ଟ ସହ ଭିଡିଓ ଗ୍ରାଫୀର ସମାନତା ନାହିଁ। ସଠିକ୍ ତଦନ୍ତ ହୋଇ ନଥିବାରୁ ହତ୍ୟା ଓ ଦୁଷ୍କର୍ମ ଭଳି ଘଟଣାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିବାର ସନ୍ଦେହ ହେଉଛି ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ଅଭିଯୋଗ କରିଥିଲେ।

ସାରା ରାଜ୍ୟରୁ 5T ସଚିବ ବୁଲାବୁଲି ଅଭିଯୋଗ ଶୁଣିଥିବା ବେଳେ ଗଜପତି ଜିଲ୍ଲା ଗସ୍ତ ସମୟରେ ପୀଡିତା ଛାତ୍ରୀଙ୍କ ମାଆ ସଠିକ୍ ତଦନ୍ତ କରି ନ୍ୟାୟ ପାଇଁ 5T ସଚିବଙ୍କ ନିକଟରେ ଦାବୀ କରିଥିଲେ ମଧ୍ୟ ଏହା ପ୍ରତି ଧ୍ୟାନ ଦିଆଯାଇନଥିଲା।

ରାଜ୍ୟରେ ମହିଳାଙ୍କ କ୍ଷେତ୍ରର ଅପରାଧ ବଢ଼ିଚାଲିଛି। ସରକାର୍ ମହିଳାଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାରେ ବିଫଳ। ପୂର୍ବରୁ ଇତିଶ୍ରୀ, କୁନ୍ଦୁଲି, ମମତାଙ୍କ ଭଳି ଅନେକ ଘଟଣାରେ ପୀଡିତା ମହିଳାଙ୍କୁ ସୁରକ୍ଷା ଓ ନ୍ୟାୟ ମିଳିପାରିନଥିବା ବେଳେ ପାରଳାଖେମୁଣ୍ଡିର ମେଧାବୀ ଆଦିବାସୀ ଛାତ୍ରୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ।

ତେଣୁ ପୀଡ଼ିତାଙ୍କ ମାଆଙ୍କ ସହ ଆଜି ଓଡିଶା ମାନବ ଅଧିକାର କମିଶନର (OHRC) ଙ୍କ ନିକଟରେ ଦ୍ୱାରସ୍ଥ ହୋଇ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ ଏହି ଘଟଣାର ସଠିକ ତଦନ୍ତ ଦାବୀ କରିବା ସହ ପୀଡ଼ିତା ଓ ତାଙ୍କ ପରିବାରକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ କଂଗ୍ରେସ ଦଳ ସଂଗ୍ରାମ ଜାରି ରଖିବ ବୋଲି ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ ସୌଦାମିନୀଙ୍କ ପରିବାର ସଦସ୍ୟଙ୍କୁ ଆଶ୍ବସ୍ତି ଦେଇ କହିଛନ୍ତି।

ମୃତ ଆଦିବାସୀ ମେଧାବୀ ଛାତ୍ରୀ ଙ୍କୁ ନ୍ୟାୟ ଦେବାପାଇଁ ଓଡିଶା ମାନବ ଅଧିକାର କମିଶନର (OHRC) ଙ୍କୁ ଭେଟିବା ସମୟରେ କଂଗେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକଙ୍କ ସମେତ ପୀଡ଼ିତାଙ୍କ ମାଆ ସୁଜ୍ଞାନୀ ଗମାଙ୍ଗୋ, କଂଗ୍ରେସ ନେତ୍ରୀ ରଶ୍ମୀ ମହାପାତ୍ର ଓ ଛାତ୍ର କଂଗେସ ସାଧାରଣ ସମ୍ପାଦକ ବିଭୂତି ଭୂଷଣ ମହାପାତ୍ର ଉପସ୍ଥିତ ଥିଲେ।

author

Related Articles

Leave a Reply

Your email address will not be published. Required fields are marked *