ପାରାଦୀପରେ ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କରିବେ ରାଷ୍ଟ୍ରପତି

ପାରାଦୀପରେ ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କରିବେ ରାଷ୍ଟ୍ରପତି

ପାରାଦୀପରେ ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଆଜି ପାରାଦୀପରେ ପହଞ୍ଚି ଏହି ଉତ୍ସବର ଉଦଘାଟନ କରିବେ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ପାରାଦୀପ ଯାଇଛନ୍ତି । ପାରାଦୀପର ନେହେରୁ ବଙ୍ଗଳାରେ ରାଷ୍ଟ୍ରପତି ମଧ୍ୟାନଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ପାରାଦୀପରୁ ଅପରାହ୍ଣରେ ଭୁବନେଶ୍ୱର ଆସି ଦିଲ୍ଲୀ ଫେରିଯିବାର କାର୍ଯ୍ୟସୂଚୀ ରହିଛି । ମହାମହିମଙ୍କ ଗସ୍ତକୁ ନେଇ ସଜେଇ ହୋଇଛି ବନ୍ଦର ନଗରୀ । ରାସ୍ତା ଘାଟ ପୁରା ଚକଚକ୍ କରାଯାଇଛି । କାନ୍ଥବାଡରେ ରଙ୍ଗବେରଙ୍ଗର ଚିତ୍ର ଅଙ୍କା ଯାଇଥିବା ଦେଖିବାକୁ ମିଳିଛି । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ସାଧାରଣ ଜନତାଙ୍କ ଠାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଗସ୍ତକୁ ନଜରରେ ରଖି ପାରାଦୀପରେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *