ପାର୍କ ବୁଲିଲେ ନରେନ୍ଦ୍ର ମୋଦି

ପାର୍କ ବୁଲିଲେ ନରେନ୍ଦ୍ର ମୋଦି

ଆସାମକୁ ଦୁଇଦିନିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସାମର କାଜିରଙ୍ଗା ପାର୍କକୁ ପରିଦର୍ଶନ କରିଛନ୍ତି । ଏହି ପାର୍କକୁ ପରିଦର୍ଶନ କରିବା ସମୟରେ ହାତୀ ପିଠିରେ ବସି ବୁଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳୁ ସକାଳୁ ମୋଦୀ କାଜିରଙ୍ଗା ନ୍ୟାସନାଲ ପାର୍କ ଆଣ୍ଡ ଟାଇଗର ରିଜର୍ଭରେ ପହଞ୍ଚିଥିଲେ । କାଜିରଙ୍ଗାକୁ ମୋଦୀଙ୍କ ଏହା ପ୍ରଥମ ଗସ୍ତ । ପ୍ରଧାନମନ୍ତ୍ରୀଙ୍କ କାଜିରଙ୍ଗା ପାର୍କର ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଥିଲେ । ଆଜି ଆସାମରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ୧୮ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ ।

author

Related Articles

Leave a Reply

Your email address will not be published. Required fields are marked *