ଚନ୍ଦ୍ରଗିରି ଫାଣ୍ଡି ଠାରୁ ମାତ୍ର ୧କିମି ଦୂର ଜାତୀୟ ରାଜପଥ ୩୨୬ ବୁଲାଣିରେ ଏକ ପିକ୍ ଅପ୍ ଗାଡ଼ି ସହ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଛେଳିଗଡ ଗ୍ରାମ ନାୟକ ସାହିର ମହାକାଳ ନାୟକଙ୍କ ପୁତ୍ର ଅନାଦି ନାୟକ । ଘଟଣା ସ୍ଥଳରେ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ଓ ମୋହନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ୨ଘଣ୍ଟା ଧରି ମୃତକଙ୍କ ପରିବାର ଓ ଛେଲିଗଦ ଗ୍ରାମର ଶତାଧିକ ଲୋକ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଥିଲା । ପ୍ରଶାସନ ପକ୍ଷରୁ କ୍ଷତି ପୂରଣ ମିଳିବା ନେଇ ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତା ରୋକ ହଟିଥିଲା । ଦୀର୍ଘ ଘଣ୍ଟା ଧରି ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟକ ଗାଡ଼ି ଅଟକି ରହିଥିଲା ।
You can share this post!
author
Related Articles
ମୋଦି-ଟ୍ରମ୍ପଙ୍କ ନୂଆ ଡିଲ୍ …ଆହୁରି କାନ୍ଦିବେ ଚାଷୀ !
- February 9, 2026
ହ୍ବାଟ୍ସଆପକୁ ସୁପ୍ରିମକୋର୍ଟଙ୍କ ଚେତାବନୀ !
- February 4, 2026
ସ୍କୁଲରେ ମାଗଣା ସାନିଟାରୀ ପ୍ୟାଡ ବାଧ୍ୟତାମୂଳକ …
- January 31, 2026
