ପିସିସି ସଭାପତି ହେବେ ରମେଶ ଜେନା !

ପିସିସି ସଭାପତି ହେବେ ରମେଶ ଜେନା !

ଓଡିଶା କଂଗ୍ରେସରେ ହେବାକୁ ଯାଉଛି ବଡ ଧରଣର ପରିବର୍ତ୍ତନ । ଆଜିଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଗତକାଲି ଓଡିଶା ପ୍ରଦେଶ କଂଗ୍ରେସ କମିଟିକୁ ଭାଙ୍ଗି ଦେଇଛି ଏଆଇସିସି । ସମସ୍ତ ପଦପଦବୀରୁ ହଟିଛନ୍ତି କଂଗ୍ରେସର ନେତୃବୃନ୍ଦ । ତେବେ ବର୍ତ୍ତମାନ ରାଜନୈତିକ ମହଲରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି କିଏ ହେବ କଂଗ୍ରେସର ପିସିସି ସଭାପତି ।  ଏଆଇସିସି ସଭାପତି କାହାକୁ ଓଡିଶା କଂଗ୍ରେସର ସଭାପତି ଭାବେ ନିଯୁକ୍ତି ଦେବେ ତାହା ଉପରେ ସଭିଙ୍କ ନଜର ରହିଛି । ତେବେ କଂଗ୍ରେସର ବିରୋଧି ଦଳ ନେତା ରେସରେ ଆଗରେ ଥିବା ତାରା ବାହିନୀପତିଙ୍କୁ ହଟାଇ ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଆଉ ଏବେ ଚର୍ଚ୍ଚା ଶରତଙ୍କ ସ୍ଥାନରେ କିଏ ବସିବ । ଯଦି ଆମେ କଂଗ୍ରେସର ବରିଷ୍ଠ ନେତାଙ୍କ ଉପରେ ନଜର ପକାଇବା ବିଜୟ ପଟ୍ଟନାୟକ ଏବଂ ନିରଞ୍ଜନ ପଟ୍ଟନାୟକଙ୍କ ନାମ ମଧ୍ୟ ଏହି ରେସରେ ରହିଛି । ଅନ୍ୟପଟେ କଂଗ୍ରେସର ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ ସଭାପତି ପଦବୀ ମିଳିପାରେ ବୋଲି କୁହାଯାଉଛି । କାହିଁକିନା ଚଳିତ ସାଧାରଣ ନିର୍ବାଚନରେ ସାନଖେମୁଣ୍ଡିରେ ନିଜ ପାଇଁ ନିଜେ ହିଁ  ଷ୍ଟାର ସାଜିଥିଲେ ରମେଶ ଜେନା । ଶାସକ ଦଳକୁ ଘେରିବାରେ ଏବଂ ନିଜର ବାକ୍ୟ ବାଣରେ ସରକାରଙ୍କୁ ଆକ୍ରମଣ କରିବାରେ ସେ ବେଶ ତପ୍ତର । ତେଣୁ ତାଙ୍କ ପରି ଜଣେ ଟାଣୁଆ ନେତା ହାତରେ ଦଳର ସଭାପତି ଦାୟିତ୍ୱ ଦିଆଯାଇପାରେ ବୋଲି ଆଲୋଚନା ସମାଲୋଚନା ଚାଲିଛି । ସେପଟେ ତାରାଙ୍କୁ ବିରୋଧି ଦଳ ନେତା ପଦବୀ ନ ମିଳିବାରୁ ସେ ଦଳ ଉପରେ ଅସନ୍ତୁଷ୍ଟ ରହିଛନ୍ତି ତେଣୁ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏଆଇସିସି ତାଙ୍କୁ ପିସି ସଭାପତି ପଦରେ ବସାଇବ ତାହାକୁ ନେଇ ଦ୍ୱନ୍ଦ୍ୱ ବଢିବାରେ ଲାଗିଛି । ତେବେ କାହା ଉପରେ ଲାଗିବ ଏଆଇସିସି ସଭାପତିଙ୍କ ମୋହର ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *