ପୀତବାସ ମର୍ଡର ପୁଲିସ ହାତରେ ବଡ ସୁରାଖ

ପୀତବାସ ମର୍ଡର ପୁଲିସ ହାତରେ ବଡ ସୁରାଖ

ଆଇନଜୀବି ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ନିକଟରେ ଜଣେ ସାର୍ପସୁଟରକୁ ପୋଲିସ ଗିରଫ କରି ଜେରା କରୁଥିବା ବେଳେ ଗତକାଲି ବିହାରରୁ 4ଜଣଙ୍କୁ କାବୁ କରିଛି ପୋଲିସ । କେବଳ ବହାର ନୁହେଁ ବରଂ ଆଉ 4ଜଣଙ୍କୁ ଦିଲ୍ଲୀ ଓ ପଶ୍ଚିମବଙ୍ଗରୁ ଧରିଥିବା ସୂଚନା ମିଳିଛି । ଯଦି ଦେଖିବା ଏଯାବତ ଏ ମାମଲାରେ 11ଜଣଙ୍କୁ ପୋଲିସ କବଜାକୁ ନେଲାଣି । ଧୀରେ ଧୀରେ ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚିବାକୁ ପୋଲିସ ନିଜର ଚେଷ୍ଟା ଚଳାଇଛି । ଖୁବଶୀଘ୍ର ସବୁ ସତ ସାମ୍ନାକୁ ଆସିବ ଏବଂ କିଏ ସେ ମାଷ୍ଟର ମାଇଣ୍ଡ ଏନେଇ ଖୁଲାସା ମଧ୍ୟ ହେବ । ଏହାରି ଭିତରେ ପୁଲିସ ହାତରେ ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗୁଛି । ୟୁପିଆଇ ମାଧ୍ୟମରେ ଟଙ୍କା କାରବାର ହୋଇଥିବା ପୁଲିସ ଜାଣିବାକୁ ପାଇଛି । ଆଉ ଏହି ୟୁପିଆଇ ଟ୍ରାଞ୍ଜାକ୍ସନ ପୁଲିସକୁ ବିହାର ଲିଙ୍କ ଧରାଇଥିବା ଚର୍ଚ୍ଚା ହେଉଛି । ବିହାରର ଜଣେ ବ୍ୟକ୍ତି ବ୍ରହ୍ମପୁରର ରିଚାର୍ଜ ଦୋକାନରୁ ଘରକୁ ୯୫୦୦ ଟଙ୍କା ପଠାଇଥିଲେ । ଯାହା ପୀତବାସ ମର୍ଡର ମିଷ୍ଟ୍ରି ପଛରେ ଥିବା ବଡ଼ ଷଡ଼ଯନ୍ତ୍ରକୁ ଧରା ପକାଇ ଦେଇଛି । ପୀତବାସ ପଣ୍ଡାଙ୍କ ମର୍ଡରୁ ନେଇ ରାଜ୍ୟର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ପୋଲିସର ହାତ ଖାଲି ରହିବା ଏବଂ ଏପର୍ଯ୍ୟନ୍ତ ମାଷ୍ଟର ମାଇଣ୍ଡକୁ ଧରିନପାରିବା କେଉଁଠି ନା କେଉଁଠି ପ୍ରଶାସନ ଉପରକୁ ଆଙ୍ଗୁଠି ଉଠାଇଥିଲା କିନ୍ତୁ ପୀତବାସ ହତ୍ୟାକାଣ୍ଡ ମାମଲାରେ ନୂଆ ନୂଆ ଟ୍ୱିଷ୍ଟ ମାଷ୍ଟର ମାଇଣ୍ଡକୁ ଧରିବାରେ ପୋଲିସ ପାଇଁ ଅସ୍ତ୍ର ସାଜିଛି ।

author

Related Articles

Leave a Reply

Your email address will not be published. Required fields are marked *