ପୁଅ ପାଇଁ ପ୍ରଚାର ମଇଦାନରେ ସୁର

ପୁଅ ପାଇଁ ପ୍ରଚାର ମଇଦାନରେ ସୁର

ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରୁଛନ୍ତି ତାଙ୍କ ବାପା ତଥା କଂଗ୍ରେସ ନେତା ସୁର ରାଉତରାୟ । ପୁଅ ପାଇଁ ବାପାଙ୍କ ପ୍ରଚାର । ଆଜି ସକାଳୁ ସକାଳୁ ଭୁବନେଶ୍ୱର ବୁଦ୍ଧ ପାର୍କରେ ପହଞ୍ଚି ଯାଇଥିଲେ ସୁର ରାଉତରାୟ । ବାପା ହିସାବରେ ପୁଅ ପାଇଁ ଭୋଟ ମାଗୁଥିବା କହିଛନ୍ତି ସୁର । ଅଳ୍ପ କିଛି ସମୟ ପୁଅଙ୍କ ସହ ରହି ପାର୍କରେ ପ୍ରଚାର କରିବା ପରେ ସେଠାରୁ ଚାଲି ଯାଇଥିଲେ ସୁର ରାଉତ । ସେପଟେ ବାପାଙ୍କ ସହ ପାର୍କରେ ଲୋକଙ୍କୁ ଭେଟିବା ପରେ ମନ୍ମଥ କହିଛନ୍ତି, ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ସମସ୍ତଙ୍କ ଭରସା ରହିଛି । ସାଥିରେ ଥିଲେ ପୁଅ ମନ୍ମଥ, ଭୁବନେଶ୍ୱର ମେୟର ସୁଲଚନା ଦାସ, ଭୁବନେଶ୍ୱର ଉତର ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ।

author

Related Articles

Leave a Reply

Your email address will not be published. Required fields are marked *