କଂଗ୍ରେସକୁ ଫେରିଲେ ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ପିସିସି ସଭାପତି ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ତା ସହିତ ବିଜେପି ନେତ୍ରୀ ସୁମିତ୍ରା ଦାସ ମହାପାତ୍ର, ପୂର୍ବତନ ସମିତି ସଭ୍ୟ ମାନସ ଦାସ ମହାପାତ୍ର ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । ତେବେ 2019 ନିର୍ବାଚନରେ ଶ୍ରୀ ଚାନ୍ଦକୁ କଂଗ୍ରେସ ଟିକେଟ ଦେଇନଥିଲା । ଏହାକୁ ପ୍ରତିବାଦ କରି ବିଜେପିରେ ଯୋଗ ଦେଇଥିଲେ ଚାନ୍ଦ ତେବେ କିଛି ଦିନ ପରେ ବିଜେପିରୁ ମଧ୍ୟ ଇସ୍ତଫା ଦେଇଥିଲେ । ଆଉ ବର୍ତ୍ତମାନ ପୁଣିଥରେ କଂଗ୍ରେସରେ ମିଶିଛନ୍ତି ।
You can share this post!
author