ପୁଣିଥରେ କଟକର ମଙ୍ଗ ଧରିବେ କି ମୋକିମ ?

ପୁଣିଥରେ କଟକର ମଙ୍ଗ ଧରିବେ କି ମୋକିମ ?

ଦଳ ବିରୋଧି କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଥିବା ମହମ୍ମଦ ମୋକିମଙ୍କୁ ନେଇ ଚର୍ଚ୍ଚାରେ କଂଗ୍ରେସ ରାଜନୀତି । କଟକ ଜୋବ୍ରା ପୂଜା ମଣ୍ଡପରେ ଦେଖିବାକୁ ମିଳିଥିଲା ଏମିତି କିଛି ଚିତ୍ର । ଗୋଟିଏ ଫ୍ରେମରେ ଦେଖିବାକୁ ମିଳିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ମହମ୍ମଦ ମୋକିମ । କୁହାଯାଉଛି କି ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ ମଧ୍ୟ କରିଥିଲେ । କଥା ଉଠୁଛି କି ମୋକିମ ଆଉ ଶରତ ଦୁହିଁଙ୍କ ମନ ମିଶିଯାଇଛି ବୋଲି । ତେବେ ଦେଖିବାକୁ ବାକି ରହିଲା କଂଗ୍ରେସ ମୋକିମଙ୍କୁ ନେଇ କେଉଁ ନିଷ୍ପତ୍ତି ନେଉଛି ? ପୁଣିଥରେ କଂଗ୍ରେସ ଦଳ ମଙ୍ଗ ଧରିବେ କି ମୋକିମ ? ଆଗାମୀ ନିର୍ବାଚନରେ ଦଳ ଟିକେଟ ଦେଉଛି କି ନାହିଁ ?

author

Related Articles

Leave a Reply

Your email address will not be published. Required fields are marked *