ପୁଣିଥରେ ଚୀନର ଚାଲ, ନୂଆ ଭାଇରସ ଆବିଷ୍କାର କରୁଛି ଚୀନ

ପୁଣିଥରେ ଚୀନର ଚାଲ, ନୂଆ ଭାଇରସ ଆବିଷ୍କାର କରୁଛି ଚୀନ

ଏବେ ଏବେ ସାରା ବିଶ୍ୱ କରୋନା ମହାମାରୀ ଓ ଏହାର ନୂଆ ଭାରିଆଣ୍ଟରୁ ମୁକୁଳିଛି। ତଥାପି ବେଳେବେଳେ ସାମ୍ନାକୁ ନୂଆ ଭାରିଆଣ୍ଟକୁ ନେଇ ତଥ୍ୟ ଆସିଥାଏ। ଭାଇରସର ସୃଷ୍ଟିକର୍ତ୍ତା ଚାଇନାକୁ ଦାୟୀ କରାଗଲେ ମଧ୍ୟ ସେ ଏହି ସତ୍ୟକୁ ସବୁବେଳେ ଖଣ୍ଡନ କରି ଆସିଛି । ତେବେ ଏତେ କଟକଣା ବାଦ-ବିବାଦ ଭିତରେ ବି ବାଦ୍‌ ପଡିନି ଚାଇନା। ଏହାରି ଭିତରେ ଚାଇନା ବୈଜ୍ଞାନିକ ଏକ ବଡ଼ ଖୁଲାସା କରିଛନ୍ତି ।

ବର୍ତ୍ତମାନ ଚାଇନାର ବୈଜ୍ଞାନିକମାନେ ୮ଟି ନୂଆ ଭାଇରସ ଆବିଷ୍କାର କରିଛନ୍ତି। କରୋନା ଭଳି ଏହି ନୂଆ ଭାଇରସ ମଣିଷଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପିପାରେ, ଯେଉଁଥିପାଇଁ ବିଶ୍ୱରେ ଆଉ ଏକ ମହାମାରୀର ସମ୍ଭାବନା ଦେଖାଯାଇପାରେ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ଚାଇନାର ବୈଜ୍ଞାନିକମାନେ ହାଇନାନ ଦ୍ୱୀପରେ ଥିବା ମୂଷାମାନଙ୍କଠାରୁ ୭୦୦ ନମୁନା ସଂଗ୍ରହ କରିଥିଲେ। ସେଥିରୁ ସେମାନେ ଆଠଟି ନୂଆ ଭାଇରସ ପାଇଛନ୍ତି। ସେଥିମଧ୍ୟରୁ ଗୋଟିଏ କରୋନା ଭାଇରସ ସହିତ ସମାନ ଭାରିଆଣ୍ଟ ବୋଲି ସେମାନେ ଦାବି କରିଛନ୍ତି। ଚାଇନା ଆସୋସିଏସନ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ସହିତ ଜଡିତ ଭାଇରୋଲୋଜିକା ସିନିକା ପତ୍ରିକାରେ ଏହି ଅନୁସନ୍ଧାନ ପ୍ରକାଶ ପାଇଛି।

author

Related Articles

Leave a Reply

Your email address will not be published. Required fields are marked *