ପୁଣିଥରେ ଯାତ୍ରା ପେଣ୍ଡାଲରେ ଅଶ୍ଲୀଳ ନୃତ୍ୟ ଅଭିଯୋଗ

ଖୋଲା ମଞ୍ଚରେ ବା ଯାତ୍ରା ପେଣ୍ଡାଲରେ ଅଶ୍ଲୀଳ ନୃତ୍ୟ ଉପରେ ସରକାର କଟକଣା ଲାଗୁ କରିଥିଲେ ମଧ୍ୟ ତାହାକୁ ଖାତିର କରୁନାହାନ୍ତି ଯାତ୍ରା କଳାକାର । ପୁଣିଥରେ ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ଅଭିଯୋଗ ହୋଇଛି । ବାଲେଶ୍ୱର କୁରୁଣ୍ଠିଆ ଗାଁରେ ବାଣେଶ୍ୱରୀ ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ କରାଯାଉଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଦର୍ଶକ । ଖୋଲା ମଞ୍ଚରେ ଆଇଟମ ଗାର୍ଲ ଲଭଲି ଅଶ୍ଳୀଳ ନୃତ୍ୟ କରୁଥିବା ଅଭିଯୋଗ ହୋଇଛି । ଯାତ୍ରା ପେଣ୍ଡାଲ ଉପରେ ଏପରି ଅଶ୍ଳୀଳ ନୃତ୍ୟକୁ ଦର୍ଶକ ବିରୋଧ କରିବା ପରେ ପେଣ୍ଡାଲରୁ ଫେରିଯାଇଥିଲେ ଆଇଟମ ଗାର୍ଲ । ଚେୟାର ଉପରେ ଛିଡ଼ା ହୋଇ ଦର୍ଶକ ଏହାକୁ ତୀବ୍ର ବିରୋଧ କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *