ପୁଣି ଅଡୁଆରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର

ପୁଣି ଅଡୁଆରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢିଚାଲିଛି । ସୋମାଲିକାଙ୍କ ଅଭିଯୋଗରେ କଟକ ସବ୍ ରେଜିଷ୍ଟ୍ରାର ଅଫିସରେ ହାଜର ହେଲେନି ବିଜୟ ଶଙ୍କର । ପୂର୍ବରୁ ସୋମାଲିକାଙ୍କୁ ବିବାହ କରିଥିବା ବିଜୟ ଏବେ ଅନ୍ୟ ଯୁବତୀଙ୍କୁ ବିବାହ କରିବାକୁ ଦସ୍ତଖତ କରିଛନ୍ତି । ଯାହାକୁ ନେଇ ସୋମାଲିକା କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଅକ୍ଟୋବର ୩୧ ତାରିଖରେ ସୋମାଲିକା, ବିଜୟ ଶଙ୍କର ଓ ତାଙ୍କ ସହ ବିବାହ ପାଇଁ ଆବେଦନ କରିବାକୁ ଥିବା ଯୁବତୀଙ୍କୁ ମ୍ୟାରେଜ୍ ଅଫିସ୍ରେ ହାଜର ହେବା ପାଇଁ ନୋଟିସ୍ କରାଯାଇଥିଲା । ନୋଟିସ୍ ଆଧାରରେ ମ୍ୟାରେଜ୍ ଅଫିସ୍ରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ ସୋମାଲିକା । ପୂର୍ବରୁ ସୋମାଲିକା ଲିଖିତ ଅଭିଯୋଗ ଦାଖଲ କରିଥିବା ବେଳେ ସ୍ପେଶାଲ ମ୍ୟାରେଜ୍ ଆକ୍ଟର ଧାରା ୫ ଅନ୍ତର୍ଗତ କେକେ ପ୍ରଶ୍ନ ତାଙ୍କୁ ପଚରାଯାଇଥିଲା । ବିଧାୟକ ବିଜୟ ଶଙ୍କର ଯେଉଁ ଯୁବତୀଙ୍କୁ ବିବାହ ପାଇଁ ଦସ୍ତଖତ କରିଛନ୍ତି ସେ ପୂର୍ବରୁ ବିବାହିତା ବୋଲି ସୋମାଲିକା ଦର୍ଶାଇଥିଲେ । ଏପରି ଅଭିଯୋଗ ସପକ୍ଷରେ ପ୍ରମାଣ ଦାଖଲ କରିବାକୁ ମ୍ୟାରେଜ୍ ଅଫିସର ସୋମାଲିକାଙ୍କୁ କହିଛନ୍ତି । ଏଥିପାଇଁ ଅଧିକ ସମୟ ମାଗିଛନ୍ତି ସୋମାଲିକା । ଆସନ୍ତା ୨୧ ତାରିଖରେ ପୁଣି ଏହି ମାମଲାରେ ମ୍ୟାରେଜ୍ ଅଫିସରଙ୍କ ନିକଟରେ ଶୁଣାଣି ହେବ ।

author

Related Articles

Leave a Reply

Your email address will not be published. Required fields are marked *