ପୁଣି ଅଶାନ୍ତ ମଣିପୁର

ପୁଣି ଅଶାନ୍ତ ମଣିପୁର

ମଣିପୁରରେ ରକ୍ତପାତ ଥମିବାର ନାଁ ନେଉନି । ନୂଆବର୍ଷରେ ପୁଣି ୩ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସନ୍ଧ୍ୟାରେ ୫ ଅଜଣା ଦୁବୃର୍ତ୍ତ ଆସି କିଛି ଲୋକଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଗୁଳିକାଣ୍‌ଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଗୁଳିକାଣ୍ଡ ପରେ ରାଜ୍ୟର ୫ ପାହାଡି ଜିଲ୍ଲାରେ କର୍ଫ୍ୟୁ ଲଗାଇ ଦିଆଯାଇଛି । ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ ଅଧିକାରୀ କହିଛନ୍ତି ଯେ, ଆକ୍ରମଣକାରୀଙ୍କୁ ଏପଯ୍ୟନ୍ତ ଚିହ୍ନଟ କରାଯାଇନାହିଁ । ବନ୍ଧୁକଧାରୀମାନେ ଲିଲୋଙ୍ଗ ଚିଙ୍ଗଜାଓ ଅଞ୍ଚଳରେ ପହଁଞ୍ଚି ସ୍ଥାନୀୟ ଲୋକଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲେ । ତେବେ ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

author

Related Articles

Leave a Reply

Your email address will not be published. Required fields are marked *