ପୁଣି ଅଶାନ୍ତ ହେଲା ଜମ୍ମୁକାଶ୍ମୀର

ପୁଣି ଅଶାନ୍ତ ହେଲା ଜମ୍ମୁକାଶ୍ମୀର

ଜମ୍ମୁକାଶ୍ମୀରରୁ ପୁଣି ସାମ୍ନାକୁ ଆସିଲା ଆତଙ୍କବାଦୀଙ୍କ ବର୍ବରକାଣ୍ଡ । ପୁଣି ଅଶାନ୍ତ ହେଲା ଜମ୍ମୁକାଶ୍ମୀର । ଦୀପାବଳି ପରେ ପରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରତା ଆରମ୍ଭ ହୋଇଛି । ବଡଗ୍ରାମରେ ଦୁଇ ଜଣ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କୀମାନେ ଗୁଳି କରିଥିବା ଜଣାପଡିଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏହି ଘଟଣା ପାକିସ୍ତାନର ଲଶ୍କର-ଏ-ତୋଏବା ଘଟାଇଥିବା ଦାବି କରିଥିଲା । ଏହି ଆକ୍ରମଣରେ ସଂପୃକ୍ତ ଥିବା ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଦକ୍ଷିଣ କାଶ୍ମୀର ଅଞ୍ଚଳର ବୋଲି ଜଣାପଡ଼ିଥିବାବେଳେ ଅନ୍ୟ ଜଣେ ପାକିସ୍ତାନରୁ ଆସିଥିବା କୁହାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *