ପୁଣି ଏକ ଇତିହାସ ରଚିବାକୁ ଯାଉଛି ଇସ୍ରୋ

ପୁଣି ଏକ ଇତିହାସ ରଚିବାକୁ ଯାଉଛି ଇସ୍ରୋ

ପୁଣି ଏକ ଇତିହାସ ରଚିବାକୁ ଯାଉଛି ଇସ୍ରୋ । ପ୍ରଥମ ଥର ପାଇଁ ଭାରତ ନିଜ ରକେଟରେ ନିଜ ବୀରଙ୍କୁ ମହାକାଶ ପଠାଇବାର ବ୍ୟବସ୍ଥା କରୁଛି । ବାୟୁସେନାର ଚାରି ଜଣ ଅଧିକାରୀ ପ୍ରଥମ କରି ମହାକାଶ ଯାତ୍ରା କରିବେ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ନାଁ ଘୋଷଣା କରିଛନ୍ତି । ଏହି ଚାରି ଅଧିକାରୀ ଗଗନଯାନ ମାଧ୍ୟମରେ ମହାକାଶ ଯାତ୍ରା କରିବେ । ଏମାନେ ହେଉଛନ୍ତି ଗ୍ରୁପ କ୍ୟାପଟେନ୍ ପ୍ରଶାନ୍ତ ବାଳକୃଷ୍ଣ, ଅଜିତ୍ କୃଷ୍ଣ, ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ କମାଣ୍ଡର ଶୁଭାଂଶୁ ଶୁକ୍ଳା । ଏହି ଚାରିଜଣ ମହାକାଶଚାରୀ ଋଷରେ ବ୍ୟାପକ ପ୍ରଶିକ୍ଷଣ ନେଇଛନ୍ତି । ବର୍ତ୍ତମାନ ଇସ୍ରୋ ସେମାନଙ୍କୁ ତାଲିମ ଦେଉଛି । ଗଗମ ଯାନ ମାଧ୍ୟମରେ ପ୍ରଥମେ ମହାକାଶକୁ ଏକ ରୋବଟ ବ୍ୟୋମ ମିତ୍ର ପଠାଯିବ । ଏହା ସଫଳ ହେବା ପରେ ୨୦୨୫ ସୁଦ୍ଧା ମନୋନିତ ହୋଇଥିବା ଚାରି ଜଣ ମହାକାଶ ଯାତ୍ରା କରିବେ ।

author

Related Articles

Leave a Reply

Your email address will not be published. Required fields are marked *