ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆସନ୍ତାକାଲି ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋମବାର ସକାଳେ ପୁରୀରେ ରୋଡ ସୋ କରି ଆଉ ଥରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ସେ ଓଡିଶା ଆସୁଛନ୍ତି । ଆଉ ଏଥିପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି । ବଡ଼ଦାଣ୍ଡରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ସିଂହଦ୍ୱାର ନିକଟରୁ ଆରମ୍ଭ ହୋଇ ଗୁଣ୍ଡିଚା ମନ୍ଦିର ପର‌୍ୟ୍ୟନ୍ତ ବ୍ୟାରିକେଡ କରାଯାଇଛି । ଅନୁଗୁଳ, କଟକରେ ବିଶାଳ ଜନସଭା କରିବା ସହ ପୁରୀ ବଡଦାଣ୍ଡରେ ମେଗା ରୋଡ ସୋ’ ପାଇଁ କାର‌୍ୟ୍ୟକ୍ରମ ସ୍ଥିର ହୋଇଛି । ତେବେ ଆଜି ମଧ୍ୟ ବିଜେପିର ଅନେକ ଶୀର୍ଷ ନେତୃତ୍ୱ ରାଜ୍ୟରେ ପ୍ରଚାରର ମାହୋଲକୁ ସରଗରମ କରୁଥିବା ବେଳେ ଆସନ୍ତାକାଲି ଆହୁରି କମ୍ପିବ ବୋଲି ଆଲୋଚନା ଚାଲିଛି ।

author

Related Articles

Leave a Reply

Your email address will not be published. Required fields are marked *