ପୁଣି ଓଡିଶା ଆସୁଛନ୍ତି ବିଜେପିର ଟପ୍ ଥ୍ରୀ ଲିଡର୍

ପୁଣି ଓଡିଶା ଆସୁଛନ୍ତି ବିଜେପିର ଟପ୍ ଥ୍ରୀ ଲିଡର୍

ରାଜ୍ୟରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ । ସକାଳୁ ସକାଳୁ ଭୋଟ ଦେଉଛି ଓଡିଶା । ଆଉ ଏହାରି ମଧ୍ୟରେ ଆଗାମୀ ପର୍ଯ୍ୟାୟ ମତଦାନ ପୂର୍ବରୁ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ଟପ୍ ଥ୍ରୀ ଲିଡର । ଆସନ୍ତା ସପ୍ତାହରେ ତଥା ମେ’ ୧୫ ତାରିଖରେ ଅମିତ୍ ଶାହ, ୧୭ରେ ଜେପି ନଡ୍ଡା. ଏବଂ ୨୦ରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତ କରିବେ ବୋଲି ସୂଚନା ମିଳିଛି । ୩ ନେତା ୩ଟି ଲେଖାଏଁ ଲୋକସଭା କ୍ଷେତ୍ରରେ କରିବେ ପ୍ରଚାର । ମୁଖ୍ୟମନ୍ତ୍ରୀ ଲଢୁଥିବା ଦୁଇ ସିଟ୍ରେ ଦୁଇ ହେଭିୱେଟ ଶାହ ଏବଂ ନଡ୍ଡା କରିବେ ସମାବେଶ । ହଞ୍ଜିଳିରେ ଅମିତ ଶାହ ଓ କଣ୍ଟାବାଞ୍ଜି ସମାବେଶରେ ଯୋଗ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ୧୫ରେ ଅମିତ ଶାହ, ଓଡ଼ିଶା ଗସ୍ତରେ ଆସି ହିଞ୍ଜିଳି ସହ ରାଉରକେଲା ଓ ଗଞ୍ଜାମର ସୋରଡାରେ ଜନସଭା କରିବେ। ଶାହଙ୍କ ଗସ୍ତର ଦିନକ ପରେ ୧୭ରେ ହିଞ୍ଜିଳି ସହ ସୁନ୍ଦରଗଡ଼ ଓ ପଦ୍ମପୁର ଜନସଭାରେ ଯୋଗ ଦେବେ ନଡ୍ଡା । ତା’ର ଦୁଇ ଦିନ ପରେ, ତୃତୀୟ ଥର ପାଇଁ ନିର୍ବାଚନୀ ପ୍ରଚାରରେ ଓଡ଼ିଶା ଆସିବେ ପିଏମ ମୋଦି । ଭୁବନେଶ୍ୱର ଷ୍ଟାଇଲରେ ପୁରୀ ବଡ଼ଦାଣ୍ଡରେ ବିଶାଳ ରୋଡ୍ ଶୋ କରିବେ ପ୍ରଧାନମନ୍ତ୍ରୀ । ପୁଣି ସେହିଦିନ କଟକ ଏବଂ ଅନୁଗୁଳରେ ସମାବେଶରେ ଯୋଗ ଦେଇ ଉଦବୋଧନ ଦେବାର କାର‌୍ୟ୍ୟକ୍ରମ ରହିଛି । ଏସବୁ ନେତାଙ୍କ ବାଦ୍ ପୁଣି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ବି ଓଡ଼ିଶା ଆସୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *