ପୁଣି ଖୋଲିବ ନବ ଦାସ ଫାଇଲ, କଣ କରିବେ ଦୀପାଳି ?

ପୁଣି ଖୋଲିବ ନବ ଦାସ ଫାଇଲ, କଣ କରିବେ ଦୀପାଳି ?

ପୁଣି ଖୋଲିବ ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଫାଇଲ । ଦେଢ ବର୍ଷ ପରେ ନବ ଦାସ ହତ୍ୟା ମାମଲାର ଫାଇଲ ରିଓପନ କରିବେ ଖୋଦ ଆଇନ ମନ୍ତ୍ରୀ । ଏହି ମାମଲାକୁ ଦେଢ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ବି ତାଙ୍କ ହତ୍ୟା ସନ୍ଦେହ ଘେରରେ ରହିଛି । ତେଣୁ ନୂଆ ସରକାର ଏବେ ପୁଣି ଥରେ ଏହି ଫାଇଲ ଖୋଲି ତାଙ୍କ ହତ୍ୟାପଛର ରହସ୍ୟ ଜାଣିବା ପାଇଁ ଏବଂ ଲୋକଲୋଚନକୁ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଏଥିରେ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କାହିଁକି ନା ଦୀପାଳି ନିଜ ବାପାଙ୍କ ହତ୍ୟାକାଣ୍ଡ ପଛର ରହସ୍ୟ କଣ ଏବଂ ଏହା ପଛରେ କିଛି ଷଡ ଯନ୍ତ୍ର ରହିଛି ନା ନାହିଁ ତାକୁ ଜାଣିବା ପାଇଁ ଚେଷ୍ଟା କରିନିଥିବା ଏବେ ବି ସାଧାରଣରେ ଆଲୋଚନା ଚାଲିଛି । ଏପରିକି ଦୀପାଳି ଜାଣିଶୁଣି ଏହି ମାମଲର ତଦନ୍ତ କରୁନଥିବା ମଧ୍ୟ ଅନେକ ମତପ୍ରକାଶ କରୁଛନ୍ତି । ଆଉ ଏଭଳି ସ୍ଥିତିରେ ବିଜେପି ର ଏହି ନିଷ୍ପତ୍ତି କୁ ଦୀପାଳି ସପୋର୍ଟ କରିବେ ନା ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ତେବେ ୨୦୨୩ ଜାନୁଆରୀ ୨୯ ତାରିଖରେ ଏକ କାଯ୍ୟକ୍ରମରେ ଯାଇଥିବା ବେଳେ ଭିଡ ଭିତରେ ସ୍ପଷ୍ଟ ଦିବାଲୋକରେ ପୂବତନ ମନ୍ତ୍ରୀ ନବ ଦାସଙ୍କୁ ଅତି ପାଖରୁ ଏଏସଆଇ ଗୋପାଳ ଦାସ ଗୁଳି କରି ହତ୍ୟା କରିଥିଲା । ଘଟଣାସ୍ଥଳରୁ ଗୋପାଳ ଗିରଫ ହୋଇଥିବା ବେଳେ ସୁରକ୍ଷାକର୍ମୀ ଓ ସମର୍ଥକଙ୍କୁ ଚକମା ଦେଇ ସେ କିପରି ଏଭଳି କାଣ୍ଡ ଭିଆଇଲା , ଏଭଳି କରିବା ପଛରେ ଉଦ୍ଦେଶ୍ୟ କଣ ଥିଲା , ଏହା କୌଣସି ଷଡ ଯନ୍ତ୍ର ଥିଲା କି ଏସବୁର ଉତ୍ତର ଏବେି ବି ଅନ୍ଧାରରେ ରହିଛିା ଅନ୍ୟପଟେ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ତତ୍କାଳୀନ ବିଜେଡି ସରକାର କ୍ରାଇମବ୍ରାଞ୍ଚଞ୍ଚକୁ ଦେଇଥିଲେ ମଧ୍ୟ ହତ୍ୟାକାଣ୍ଡର ପ୍ରକୃତ କାରଣ ଉପରୁ ଏଯାଏଁ ପରଦା ହଟିନି । ତେଣୁ ଏବେି ବିଜେପି ସରକାରରେ ଏହି ଫାଇଲ ପୁଣି ଥରେ ଖୋଲାଯିବା ସହ ଏହାର ତଦନ୍ତ କରାଯିବା ନେଇ ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏହି ପୁରୁଣା ପେଡିରୁ କେଉଁ ରହସ୍ୟ ସାମ୍ନାକୁ ଆସୁଛି ଏବଂ ଦୀପାଳିଙ୍କ ପ୍ରତିକ୍ରିୟା କଣ ରହୁଛି ।

author

Related Articles

Leave a Reply

Your email address will not be published. Required fields are marked *