ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ବାତ୍ୟା ପରେ ପୁଣି ଶିମିଳିପାଳରେ ଜମିଲା ପର୍ଯ୍ୟଟକଙ୍କ ସମାଗମ । ବାତ୍ୟା ଦାନା ପାଇଁ ଗତ ୨୩ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରଖିବା ନେଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ । ପ୍ରବଳ ବର୍ଷା କାରଣରୁ ଅଭୟାରଣ୍ୟ ଭିତରକୁ ଗାଡି ଯିବା ସମ୍ଭବପର ନଥିବାରୁ , ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏବେ ପାଗରେ ପରିବର୍ତନ ଆସିଥିବାରୁ ଶମିଳିପାଳ ଖୋଲିବା ସହ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଛି । ପୂବରୁ ଯେଉଁ ରାସ୍ତା ଦେଇ ପର୍ଯ୍ୟଟକ ଶିମିଳିପାଳ ଯାଉଥିଲେ ସେହିଭଳି ଯାଇପାରିବେ ଏବଂ ରାତ୍ରି ରହଣୀ ପାଇଁ ଅନଲାଇନରେ ବୁକିଂ କରିପାରିବେ ।
You can share this post!
author
Related Articles
ଖସିଗଲା ଅଭିଯୁକ୍ତ ,ପୋଲିସ କାବା
- November 5, 2024
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା
- November 5, 2024
ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼
- November 4, 2024