ପୁଣି ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ୱାର । କାର୍ତିକ ମାସ ସରିବା ପରେ ପୁଣି ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଚାରିଦ୍ୱାର ଖୋଲାଯାଇଛି । ଶ୍ରୀମନ୍ଦିରରେ ଭିଡ଼ କମିଥିବାରୁ ଖୋଲିଛି ୪ଦ୍ୱାର। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ- ଆଜିଠୁ ୪ ଦ୍ୱାର ଦେଇ ସାଧାରଣ ଦର୍ଶନାର୍ଥୀ ପ୍ରବେଶ କରିବେ, କିନ୍ତୁ କେବଳ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ସିଂହଦ୍ୱାର ବ୍ୟତୀତ ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ କରିହେବ । କିନ୍ତୁ ସେବକ ଏବଂ ତାଙ୍କ ପରିବାର ୪ ଦ୍ୱାରରେ ପ୍ରବେଶ ଏବଂ ପ୍ରସ୍ଥାନ କରିବା ନେଇ ସୂତନା ମିଳିଛି ।