ପୁଣି ଚିନ୍ତା ବଢାଇଲାଣି କରୋନା

ପୁଣି ଥରେ ଭାରତରେ ଚିନ୍ତା ବଢାଇଛି କରୋନା ସଂକ୍ରମଣ । ବେଶ୍ କିଛି ଦିନର ବ୍ୟବଧାନ ପରେ କର୍ଣ୍ଣାଟକର ବେଙ୍ଗାଲୁରୁରେ କରୋନା ସଂକ୍ରମଣ ପାଇଁ ଜଣକର ମୃତ୍ୟୁ ହୋଇଛି । କରୋନା ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ମିଳିଛି । ତେବେ କରୋନାରେ ମୃତ୍ୟୁ ନେଇ ସରକାରୀ ଭାବେ କିଛି ସ୍ପଷ୍ଟ ହୋଇନି । କେବଳ ଭାରତରେ ନୁହେଁ, ବିଭିନ୍ନ ଦେଶରେ ଏବେ କରୋନା କାୟା ମେଲାଇବା ଆରମ୍ଭ କରିଛି । ଭାରତରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଗୋଆ ଓ କେରଳରେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସବୁଠାରୁ ଅଧିକ ସଂକ୍ରମିତ କେରଳରେ ଦେଖିବାକୁ ମିଳିଛି । କେରଳରେ ଚିହ୍ନଟ ହୋଇଥିବା କରୋନାରେ ଏହି ଔଘ.୧ ସବ୍ ଭ୍ୟାରିଆଣ୍ଟ ଭାରତ ବାହାରେ ଖୁବ୍ କ୍ଷୀପ୍ର ବେଗରେ ମାଡ଼ିବାରେ ଲାଗିଛି । ଆମ ଦେଶକୁ ଏବେ ସୁଦ୍ଧା ବିପଦ ଆସିନାହିଁ କିନ୍ତୁ ଆମକୁ ଏବେଠାରୁ ସତର୍କ ରହିବାକୁ ପଡ଼ିବ ବୋଲି କୁହାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *