ପୁଣି ଟ୍ରେନ ରେ ଲାଗିଲା ନିଆଁ

ପୁଣି ଟ୍ରେନ ରେ ଲାଗିଲା  ନିଆଁ


କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ | ବଲାଙ୍ଗୀରି ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ନିକଟରେ ଏକ ଚଳନ୍ତା କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ | ତେବେ କେଉଁ କାରଣରୁ ଟ୍ରେନରେ ନିଆଁ ଲାଗିଲା କାରଣ ଅସ୍ପଷ୍ଟ | ରାୟପୁରରୁ ବିଶାଖାପାଟଣା ଯାଉଥିବା ଟ୍ରେନର ଏକ ବଗିରେ ହଠାତ୍ ନିଆଁ ଲାଗିଯାଇଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତିର ଆକଳନ କରା ଯାଇ ପାରିନାହିଁ । ତୁରକେଲା ରେଲୱେ ଷ୍ଟେସନରୁ ଟ୍ରେନଟି ଆସୁଥିଲା । ଏନେଇ ତୁରେକେଲାର ଷ୍ଟେସନ ମାଷ୍ଟର ନିଆଁ ଲାଗି ଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି । ଷ୍ଟେସନ ମାଷ୍ଟର ନିଆଁ ଲାଗିବା ସମ୍ପର୍କରେ, କଣ୍ଟାବାଞ୍ଜି ଷ୍ଟେସନକୁ ଖବର ଦେଇଥିଲେ l ଟ୍ରେନଟି କଣ୍ଟାବାଞ୍ଜି ଷ୍ଟେସନ ପହଞ୍ଚିବା ପରେ ହିଁ ଅଗ୍ନିଶମ ବିଭାଗ ତୁରନ୍ତ ନିଆଁକୁ ଆୟତ୍ତ କରିବା ନେଇ ଚେଷ୍ଟା ଜାରି ରଖିଛନ୍ତି । ତେବେ ଅଗ୍ନିକାଣ୍ଡ କେଉଁ କାରଣରୁ ହେଇଛି ତାହା ଜଣା ପଡି ନାହିଁ । କଣ ପାଇଁ ନିଆଁ ଲାଗିଲା କଣ ଏହାର କାରଣ, ସେ ସମ୍ପର୍କରେ କିଛି ଜଣା ପଡ଼ିନାହିଁ । ତେବେ ଏ ସମ୍ପର୍କରେ ରେଲୱେ ଅଧିକାରୀ କିମ୍ବା ଅଗ୍ନିଶମ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ l କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ।

author

Related Articles

Leave a Reply

Your email address will not be published. Required fields are marked *