ପୁଣି ଠେଲା ପେଲା ପରିସ୍ଥିତି

ପୁଣି ଠେଲା ପେଲା ପରିସ୍ଥିତି

ପ୍ରବଳ ଭିଡ଼ ସେଥିରେ ପୁଣି ଠେଲା ପେଲା ପରିସ୍ଥିତି .ଆଉ ସେହି ଭିଡ ଭିତରେ ଚାପି ହୋଇଗଲେ ଉଭଣୀ . କାନ୍ଦ ଲାଗୁଛି ଉଭଣୀଙ୍କୁ ଏମିତି ଅବସ୍ଥାରେ ଦେଖିଲେ . ହେଲେ ସରକାରଙ୍କ ଏହି ଦୃଶ୍ୟ ଦେଖିବା ପରେ କେଉଁଦିନ ନିଦ ଭାଙ୍ଗବ . ତେବେ ସରକାରଙ୍କୁ ଆସିବା ର୍ପୂବରୁ ବିଜେପିର ନେତାମାନେ କହିଥିଲେ ୪ ଦ୍ୱାରରେ ପ୍ରବେଶ ହେବ ବୋଲି . ହେଲେ ବର୍ତମାନ ଗୋଟିଏ ଦ୍ୱାରାର ପ୍ରବେଶ କିଛି ବୁଝି ହେଉନି . ଏହାକୁ ଦେଖିବା ପରେ ଲୋକେ କହୁଛନ୍ତି କଣ ଆପଣ ମାନେ ଚାହୁଁଛନ୍ତି ଭକ୍ତମାନଙ୍କୁ ଏମିତି କଣ ପାଇଁ ହଇରାଣ କରୁଛନ୍ତି . ମନ୍ଦିର ସାମ୍ନା ଭିଡ଼ିଓ ଲୋକେ କେମିତି ହଇରାଣ ହେଉଛନ୍ତି . ତେବେ ଦର୍ଶକ ବନ୍ଧୁ ବିଜେପି ସରକାରକୁ ଆସିବା ପୂର୍ବରୁ ଲୋକଙ୍କୁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବ ବୋଲି ପ୍ରତିସୃତି ଦେଇଥିଲେ . ସରକାରକୁ ଆସିବା ପରେ କିଛି ଦିନ ପାଇଁ ଭକ୍ତଙ୍କ ଚାରିଦ୍ୱାର ଖୋଲା ଗଲା ହେଲେ . ମନ୍ଦିର ଭିତରେ ଭିଡ଼କୁ ଆୟତ କରାଯାଇପାରିଲା ନାହିଁ . ଏହାକୁ ଦୃଷ୍ଟିରେ ରଖି ପୁଣି ପ୍ରବେଶ ପାଇଁ ଗୋଟିଏ ଦ୍ୱାର ଓ ପ୍ରସ୍ତାନ ପାଇଁ ୩ ଦ୍ୱାରର ବ୍ୟବସ୍ଥା କରାଗଲା .

ତେବେ ଏହାରି ଭିତରେ ଆରମ୍ଭ ହୋଇଛି କାର୍ତିକ ମାସରେ ମହାପଂଚୁକ ବ୍ରତ .ଏଥର ୫ଦିନ ବଦଳରେ ୪ ଦିନ ପଂଚୁକ ବ୍ରତ ପାଳନ କରାଯିବ . ଅନ୍ୟପଟେ ପଂଚୁକ ପାଇଁ ଶ୍ରୀମନ୍ଦିରରେ ନାହିଁ ନଥିବା ଭିଡ଼ ଜମିଛି . ସଂହଦ୍ୱାର ସମ୍ମୁଖରେ ଠେଲାପେଲା ପରିସ୍ଥିତି ଉପୁଜିଛି .ପତିତିପାବନ ବ୍ୟାରିକେଡରେ ଠେଲାପେଲା ପରିସ୍ଥିତି ଉପୁଜିଛି .ପେଠାପେଲାରେ ଅନେକ ଭକ୍ତ ଆହତ ହେବା ନେଇ ଲୋକେ ଅସନ୍ତୋଷ ପ୍ରକାଶକରିଛନ୍ତି .

author

Related Articles

Leave a Reply

Your email address will not be published. Required fields are marked *