ପୁଣି ଥରେ ବିବାଦ ଘେରରେ ଏଲଭିସ୍ ଯାଦବ

ପୁଣି ଥରେ ବିବାଦ ଘେରରେ ଏଲଭିସ୍ ଯାଦବ

ପୁଣି ଥରେ ବିବାଦ ଘେରରେ ବିଗବସ୍ ଓଟିଟି ସିଜନ୍ ୨ ର ବିଜେତା ଏଲଭିସ୍ ଯାଦବ । ଜଣେ ୟୁଟ୍ୟୁବରଙ୍କୁ ମାଡ ମାରିବା ଏବଂ ଜୀବନରୁ ମାରିଦେବାକୁ ଧମକ ଦେଇ ଅଡୁଆରେ ପଡିଛନ୍ତି ଏଲଭିସ୍ । ଏପରିକି ଏଲଭିସ୍ ମାଡ ମାରିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଯାହାକୁ ନେଇ ଏଲଭିସଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହେଉଛି । ଏଲଭିସ୍ ମାଡ ମାରିଥିବା ପୀଡିତ ଜଣକ ହେଉଛନ୍ତି ମଧ୍ୟ ଜଣେ ୟୁଟ୍ୟୁବର । ମ୍ୟାକ୍ସଟର୍ନ ନାମରେ ପରିଚିତ ଏହି ୟୁଟ୍ୟୁବରଙ୍କ ନାଁ ହେଉଛି ସାଗର ଠାକୁର । ତାଙ୍କ କହିବା ମୁତାବକ, ଏଲଭିସ୍ ପ୍ରଥମେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏହାପରେ ସେ ଏନେଇ ହରିୟାଣା ପୋଲିସ ପାଖରେ ଅଭିଯୋଗ କରିଥିଲେ । ସେତେବେଳେ ପୋଲିସ ଆଇପିସି ଧାରା ୧୪୭, ୧୪୯,୩୨୩ ଏବଂ ୫୦୬ରେ ଏଫଆଇଆର ରୁଜୁ କରିଥିଲା । ହେଲେ ହତ୍ୟା ଧମକ ଭଳି ଘଟଣା ପାଇଁ କୌଣସି ବି ଧାରା ଲଗାଇନଥିଲା ।

author

Related Articles

Leave a Reply

Your email address will not be published. Required fields are marked *