ପୁଣି ଥରେ ଭିକେ ପାଣ୍ଡିଆନ-ଧର୍ମେନ୍ଦ୍ର ପ୍ରଧାନ ତୁତୁ ମେମେ

ପୁଣି ଥରେ ଭିକେ ପାଣ୍ଡିଆନ-ଧର୍ମେନ୍ଦ୍ର ପ୍ରଧାନ ତୁତୁ ମେମେ

ଆଉ ଦିନକ ପରେ ରାଜ୍ୟରେ ପଡିବ ଭୋଟ । କିନ୍ତୁ ଏବେ ବି ରାଜନୀତିରେ ଲାଗି ରହିଛି ଆରୋପ ପ୍ରତ୍ୟାରୋପ । କିଏ କାହାକୁ ଚ୍ୟାଲେଞ୍ଜ କରୁଛି ତ ଆଉ କିଏ କାହା ଟାର୍ଗେଟର ପ୍ରତିଉତ୍ତର ଦେଉଛି । ତେବେ ଏହାରି ମଧ୍ୟରେ ପୁଣି ଥରେ ମୁହାଁ ମୁହିଁ ହୋଇଛନ୍ତି ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଏବଂ କେନ୍ଦ୍ରମନ୍ତ୍ରୀ ଧ ର୍ମେନ୍ଦ୍ର ପ୍ରଧାନ । ବିଜେଡି ପାଇଁ ପ୍ରଚାର ମଇଦାନକୁ ସରଗରମ ରଖିଥିବା ଭି କେ ପାଣ୍ଡିଆନ ଏକ ଜନସଭାରେ ଧ ର୍ମେନ୍ଦ୍ରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ସେ କହିଥିଲେ ଯେ, ଯଦି ନବୀନ ପୁଣିଥରେ ମୁଖ୍ୟମନ୍ତ୍ରୀ ନହୁଅନ୍ତି, ଏବଂ ଜୁନ ୪ ତାରିଖରେ ସେ ଶପଥ ନ ନିଅନ୍ତି ତେବେ ସେ ରାଜନୀତିରୁ ସନ୍ୟାସ ନେବେ ବୋଲି । କିନ୍ତୁ ଯଦି ବିଜେପି ରାଜ୍ୟରେ ସରକାର ନଗଢେ ତେବେ ତାଙ୍କ ନେତା ରାଜନୀତିରୁ ସନ୍ୟାସ ନେବେ କି ଏପରି କହି ବିରୋଧୀଙ୍କୁ ଟାର୍ଗେଟ କରିବା ସହ ତାଙ୍କୁ ଚ୍ୟାଲେଞ୍ଜ କରିଥିଲେ ପାଣ୍ଡିଆନ । ଯାହାକୁ କାଉଣ୍ଟର କରି ପାଣ୍ଡିଆନକୁ ଆକ୍ଷେପ କରିଛନ୍ତି ଧ ର୍ମେନ୍ଦ୍ର । ରାଜନୀତିରେ କିଏ କେବେ ହାରିଗଲେ ରାଜନୀତିରୁ ଓହରିଯାଏ ନାହିଁ ବୋଲି କାଉଣ୍ଟର କରି କହିଛନ୍ତି । ଏହା ସହ ପାଣ୍ଡିଆନଙ୍କୁ ଓଡିଶାର ଇତିହାସ ଜଣାନାହିଁ ବୋଲି କହି ପାଣ୍ଡିଆନଙ୍କୁ କଟାକ୍ଷ ମଧ୍ୟ କରିଛନ୍ତି । ତେବେ ଉଭୟ ସବୁବେଳେ ବାକ୍ୟବାଣରେ ପରସ୍ପରକୁ ଘାଇଲା କରୁଥିବା ବେଳେ ଏବେ ପୁଣି ଥରେ ଉଭୟ ଉଭୟଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । ତେବେ ଦେଖାଯାଉ ଜୁନ୍ ୪ ର ଫଳାଫଳ କଣ ହେଉଛି, ବିଜେଡି ପୁଣି ଥରେ ସରକାରକୁ ଆସୁଛି ନା ପାଣ୍ଡିଆନ ସତକୁ ସତ ରାଜନୀତିରୁ ସନ୍ୟାସ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *