ପୁଣି ନବୀନ କଲେ ନିଶାନା ବାଉଳା ହେଲେଣି ମୋହନ !

ପୁଣି ନବୀନ କଲେ ନିଶାନା ବାଉଳା ହେଲେଣି ମୋହନ !

ଓଡିଆ ଅସ୍ମିତାକୁ ଅସ୍ତ୍ର କରି କ୍ଷମତାକୁ ଆସିଥିବା ବିଜେପି ସରକାରର ନିଦ ହଜାଉଛନ୍ତି ବିରୋଧି ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବୟାନ ପରେ ରାଜ୍ୟରେ ଏବେ ଗୋଟିଏ କଥା ଚହଳ ପକାଇଛି । ସେ ହେଉଛି ରେଭେନ୍ସସାର ନାମ ପରିବର୍ତ୍ତନ ନେଇ ଧର୍ମେନ୍ଦ୍ର ବୟାନ ଦେବା ପରେ ତେଜିବାରେ ଲାଗିଛି ରାଜନୀତି । ରେଭେନ୍ସସା ନାମ ପରିବର୍ତ୍ତନକୁ ନେଇ ଅନେକ ନେତା ନିଜ ନିଜର ମନ୍ତବ୍ୟ ରଖୁଛନ୍ତି । କିନ୍ତୁ ଏହାକୁ ନେଇ ଖୋଦ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ମୁହଁ ଖୋଲିନଥିଲେ । ଗତକାଲି ନବୀନ କରିଥିବା ଟ୍ୱିଟ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ନିଜର ଟ୍ୱିଟ ମାଧ୍ୟମରେ ମୋହନ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଏହା କଣ ଓଡିଆ ଅସ୍ମିତା ? ଓଡିଶାର ଶିକ୍ଷା,ସଂସ୍କୃତି ସମସ୍ତ କ୍ଷେତ୍ରରେ ମହାପୁରୁଷ ମାନଙ୍କ ଅତୁଳନୀୟ ଅବାଦନ ରହିଛି ଏବଂ ସହି ମହାପୁରୁଷଙ୍କ ପ୍ରତି ବିଜେପିର ଏପରି ବୟାନ ଅଶୋଭନୀୟ ଅଟେ ।

 ଇତିହାସକୁ ବିକୃତ କରିବା ପାଇଁ ଚେଷ୍ଟା କରାଯାଉଛି ଏବଂ ଏହା କଣ ଆଗାମୀ ପିଢି ପାଇଁ ବାର୍ତ୍ତା ଏଭଳି କିଛି ମୋହନଙ୍କୁ ନିଶାନା କରିଛନ୍ତି ନବୀନ । ନବୀନଙ୍କ ଏହି ଲମ୍ୱା ଟ୍ୱିଟ ଏବେ ରାଜ୍ୟରାଜନୀତିରେ ଚହଳ ପକାଇଛି । ତେବେ କେବଳ ରେଭେନ୍ସସାକୁ ନେଇ ରାଜ୍ୟରେ ଯେଉଁ ପ୍ରଭାବ ଦେଖାଦେଇଛି ତାକୁ ନେଇ ଏତେ ସବୁ ଚର୍ଚ୍ଚା । ଏହି ସବୁକୁ ଆକ୍ଷେପ କରି ନବୀନଙ୍କ ଏହି ଟ୍ୱିଟ ପଛରେ ଗୋଟିଏ ହିଁ କାରଣ ରେଭେନ୍ସସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ । କେବଳ ରାଜନୈତିକ ମାହୋଲରେ ନୁହଁ ବରଂ ଛାତ୍ରଙ୍କ ମଧ୍ୟରେ ଏହି କଥାକୁ ନେଇ ଅସନ୍ତୋଷ ଦେଖାଦେଇଛି । ତେବେ ରାଜ୍ୟରେ ରେଭେନ୍ସସାକୁ ନେଇ ରାଜନୀତି ଚାଲିଛି ସେହି ଉପରେ ନିଜର ଏକ ଟିପ୍ପଣୀ ରଖି ମୋହନ ସରକାରଙ୍କୁ ନିଶାନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

author

Related Articles

Leave a Reply

Your email address will not be published. Required fields are marked *