ପୁଣି ରାଜନୀତିରେ ଆକ୍ଟିଭ ହେଲେ ମନ୍ମଥ ରାଉତରାୟ । କିଛି ଦିନର ବ୍ରେକ ପରେ ରାଜଧାନୀରେ ପୁଣି ସକ୍ରିୟ ହୋଇଛନ୍ତି ମନ୍ମଥ । ହଁ ଆଜ୍ଞା, ନିର୍ବାଚନ ଫଳାଫଳ ବାହାରିବା ଦିନଠାରୁ ମନ୍ମଥ ରାଜନୀତିରେ ରହି ମଧ୍ୟ ନଥିଲା ଭଳି ମନେ ହେଉଥିଲା । ଯେଉଁ ଦମ୍ଭରେ ସେ ବିଜେଡିକୁ ଆସିଥିଲେ ଏବଂ ନିର୍ବାଚନ ସମୟରେ ଫୁଲ ଆକ୍ଟିଭ ରହୁଥିଲେ ସେଭଳି ଆକ୍ଟିଭ ନିର୍ବାଚନ ପରେ ଆଉ ନଥିବା ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ସେ ପୁଣି ନିଜ ରୋଲକୁ ଫେରିଆସିଛନ୍ତି । ବିରୋଧୀ ଭାବେ ଶାସକ ଦଳକୁ ଘେରିବାକୁ ଅଣ୍ଟା ଭିଡିଛନ୍ତି ମନ୍ମଥ । ଅନ୍ୟ ନେତାଙ୍କ ପରି ବିଜେପିର ପ୍ରିତଶୃତିକୁ ନେଇ ମୋହନ ସରକାରଙ୍କ ଉପରେ ବର୍ଷିଛନ୍ତି । ଏବଂ ମୋହନ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ଭତ୍ତା ପ୍ରସଙ୍ଗକୁ ନେଇ ଭୁବନେଶ୍ୱରରେ ଏକ ସତେଚନତା ଶିବିର ଆୟୋଜନ କରିବା ସହ ତୁରନ୍ତ ବର୍ଦ୍ଧିତ ଭତ୍ତା ପ୍ରଦାନ କରିବାକୁ ଦାବି କରିଛନ୍ତି ମନ୍ମଥ । ଏହା ସହ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରିବା ସହ ବିଜେପି କିପରି ଲୋକଙ୍କୁ ଭତ୍ତା ନାଁରେ ମିଛ କହି ଭୂଆଁ ବୁଲାଇଛି ସେ ସମ୍ପର୍କରେ ବଖାଣିଛନ୍ତି । ଆଉ ମନ୍ମଥଙ୍କ ଏଭଳି ରୂପ ଦେଖ ସମସ୍ତେ ଚକିତ ଥିବା କୁହାଯାଉଛି ।
You can share this post!
author