ପୁଣି ପ୍ରାର୍ଥୀ ବଦଳାଇବ ବିଜେପି,ସୋରରୁ ପ୍ରାର୍ଥୀ ହେବେ ପର୍ଶୁରାମ

ପୁଣି ପ୍ରାର୍ଥୀ ବଦଳାଇବ ବିଜେପି,ସୋରରୁ ପ୍ରାର୍ଥୀ ହେବେ ପର୍ଶୁରାମ

ନିର୍ବାଚନ ପାଇଁ ଉଷ୍ମ ହେଉଛି ରାଜନୈତିକ ପାଣିପାଗ । ପ୍ରଥମେ ପ୍ରାର୍ଥୀଙ୍କ ନାମ ଘୋଷଣା ହେଉଛି ଏହାପରେ ତାଙ୍କୁ କାଟି ପୁଣଇ ଆଉ ଜଣକୁ ଟିକେଟ ଦିଆଯାଉଛି । ଚର୍ଚ୍ଚା ହେଉଛି କି ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ବିଜେପିରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତ୍ତନ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ସେ ପୂର୍ବରୁ ବିଧାୟକ ଥିଲେ ଏବଂ ବିଜେପି ଛାଡି ବିଜେଡିରେ ମିଶିଥିଲେ । ୨୦୧୪ ଓ ୨୦୧୯ରେ ବିଜେଡି ପ୍ରାର୍ଥୀ ହୋଇ ଦୁଇ ଥର ବିଧାୟକ ହୋଇଥିଲେ ।  କିନ୍ତୁ ଏବେ ସେ ପୁଣିଥରେ ବିଜେପିରେ ଯୋଗ ଦେଇଛନ୍ତି । କୁହାଯାଉଛି ସୋର ଆସନରୁ ବିଜେପି ରାଜୁ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରି ସାରିଥିବାବେଳେ ତାଙ୍କ ବଦଳରେ ପର୍ଶୁରାମ ଧଡାଙ୍କୁ ପ୍ରାର୍ଥୀ କରିପାରେ । ରାଜୁ ଦାସଙ୍କୁ ସୋର ବଦଳରେ ବାସୁଦେବପୁର ଆସନରେ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *