ପୁଣି ଫର୍ମକୁ ଫେରିଲେ ପ୍ରଶାନ୍ତ ଜଗଦ୍ଦେବ

ପୁଣି ଫର୍ମକୁ ଫେରିଲେ ପ୍ରଶାନ୍ତ ଜଗଦ୍ଦେବ

ହସ୍ପିଟାଲରୁ ଡିସଚାର୍ଜ ହେଲେ ବାହୁବଳୀ ନେତା ତଥା ଖୋର୍ଦ୍ଧାର ନବ ନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦେବ । ପ୍ରଶାନ୍ତଙ୍କୁ ଦିନକ ପୂର୍ବରୁ ବେଲ୍ ମିଳିଥିବା ବେଳେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଆଜି ଭୋର ସମୟରେ କଟକ ଏସସିବି ମେଡିକାଲରୁ ତାଙ୍କୁ ଡିସଚାର୍ଜ କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ଆଜି ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ୧୧ ଦିନ ପରେ ସେ ହସ୍ପିଟାଲରୁ ବାହାରି ପୁଣି ନିଜ ଫର୍ମକୁ ଫେରିଛନ୍ତି । ତେବେ ଆସନ୍ତାକାଲି ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମ ରହିଥିବାରୁ ପ୍ରଶାନ୍ତଙ୍କୁ କୋର୍ଟ ୩ ଦିନିଆ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି । ଯାହାର ଅବଧି ଆଜିଠାରୁ ଆରମ୍ଭ ହୋଇଛି । ତେବେ ଖୋର୍ଦ୍ଧାରେ ମତଦାନ ସମୟରେ ଇଭିଏମ ମେସିନ ଭାଙ୍ଗିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ ପ୍ରଶାନ୍ତ । ଜେଲରେ ଥିବା ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯିବାରୁ ତାଙ୍କୁ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ତାଙ୍କର ବ୍ଲଡ ପ୍ରେସର ଏବଂ ସୁଗାର ସ୍ତର ବଢିଯାଇଥିବା ସୂଚନା ରହିଥିଲା । ତେଣୁ ତାଙ୍କୁ ମେଡିସିନ୍ ବିଭାଗରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଏବେ ସେ ସୁସ୍ଥ ଥିବାରୁ ତାଙ୍କୁ ଡାସଚାର୍ଜ ମିଳିଛି । ତେବେ ଜେଲରେ ଥିବା ବେଳେ ପ୍ରଶାନ୍ତଙ୍କ ଜାମିନ୍ ପାଇଁ ଆବେଦନ କରାଯାଇଥିଲା । କିନ୍ତୁ ଗତ ମେ ୩୧ ତାରିଖରେ ପ୍ରଶାନ୍ତଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଥିଲା । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ-୨ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ। ଜାମିନ ପାଇଁ ସେ ପୁଣି ଆବେଦନ କରିଥିଲେ। ଜୁନ୍ ୭ ତାରିଖରେ କୋର୍ଟ ତାଙ୍କୁ ୩ ଦିନ ପାଇଁ ଜାମିନ ପ୍ରଦାନ କରିଥିଲେ। ତାଙ୍କୁ ଜୁନ୍ ୯, ୧୦ ଓ ୧୧ ତାରିଖ ପାଇଁ ଜାମିନ ମିଳିଛି। ଅର୍ଥାତ୍ ଆଜିଠାରୁ ତାଙ୍କ ଜାମିନ ଅବଧି ଆରମ୍ଭ ହୋଇଛି। ତେବେ ଦେଖାଯାଉ ଜାମିନ୍ ଅବଧି ସରିବା ପରେ ପ୍ରଶାନ୍ତ ପୁଣି ଥରେ ଜେଲକୁ ଫେରୁଛନ୍ତି ନା ଅନ୍ୟ କିଛି ଉପାୟ ଆପଣାଇ ଜେଲ ଯିବାରୁ ନିବୃତ୍ତ ରହୁଛନ୍ତି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *